ଓଡ଼ଗାଁ,୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ଏଫ୍ଏମ୍ ସ୍ବୟଂ ଚାଳିତ ମହାବିଦ୍ୟାଳୟ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତୀ ଘଟଣା ପ୍ରତିବାଦରେ କଂଗ୍ରେସ ଦଳର ବନ୍ଦ୍ ଡାକରାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ଯାନ ବାହାନ ଚଳାଚଳ ବନ୍ଦ୍ ରହିଥିବା ବେଳେ ବ୍ଳକର ଗ୍ରାମାଞ୍ଚଳ ମାନଙ୍କରେ ଏହା ପ୍ରଭାବ ଶୂନ୍ୟ ରହିଥିଲା। ବ୍ଳକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ରଣଜିତ ଦାସ ପୂର୍ବତନ ସଭାପତି ଜିଲ୍ଲା କଂଗ୍ରେସ କମିଟି ନୟାଗଡ, ପ୍ରତୀକ ମହାପାତ୍ର ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ, ଶିବ ରାମ ସାହୁ ସଭାପତି ଜିଲ୍ଲା ଛାତ୍ର କଂଗ୍ରେସ, ବସନ୍ତ କର ଜିଲ୍ଲା କଂଗ୍ରେସ ଉପସଭାପତି, ବିଭୁତି ରାଉତ ଉପସଭାପତି ବ୍ଲକ କଂଗ୍ରେସ କମିଟି, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ କୋଷାଧକ୍ଷ ନଗର କଂଗ୍ରେସ କମିଟି ଓଡଗାଁ, ନିରଞ୍ଜନ ରାଉତ, ନିରଞ୍ଜନ ଆଚାରୀ, ସୋମନାଥ ସାହୁ, ବସନ୍ତ ମାହାଙ୍କୁଡ଼, ଦେବ ରାଜ ପାହାନ, ପ୍ରତାପ ବିଶୋଇ, ବିଜି ପ୍ରଧାନ, କରୁଣା କର ସେଠି, ପୂର୍ଣ୍ଣ ଚନ୍ଦ୍ର ଡାକୁଆ, ପ୍ରମୁଖ ଯୋଗ ଦେଇ ବନ୍ଦ ଡାକରାକୁ ସମର୍ଥନ ଜଣାଇଥିଲେ। ମୋଟାମୋଟି ଭାବେ ବନ୍ଦ୍ ଶାନ୍ତି ପୂର୍ଣ୍ଣ ରହିଥିଲା।
ସେହିପରି ଭାବେ ସୈାମ୍ୟାଶ୍ରୀଙ୍କ ଆତ୍ମାହୁତୀ ଘଟଣା ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ତଥା ସ୍ଥାନୀୟ ଅଞ୍ଚଳରେ କଂଗ୍ରେସର ବନ୍ଦ୍ ଡାକରା ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ ବାହାଡ଼ାଝୋଲା ଗୁରୁବାର ସାପ୍ତାହିକ ହାଟ ଆଜି ସ୍ବାଭାବିକ ଚାଲି ଥିଲା । ନୟାଗଡ଼ ଏବଂ ଗଞ୍ଜାମ ଜିଲାରୁ ବହୁ ବ୍ୟବସାୟୀ ଏବଂ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଆଣିଥିବା ଫଳ ପନିପରିବା ଏବଂ ଜଙ୍ଗଲ ଯାତ ଦ୍ରବ୍ୟ ସ୍ବାଭାବିକ ଭାବେ କିଣା ବିକା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.