ବିଜେପୁର ରେ ଓଡିଶା ବନ୍ଦ ସଫଳ

0 1

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଠାରେ ବାଲେଶ୍ବର ରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ପ୍ରସଙ୍ଗକୁ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି ।ଆଜି ସକାଳୁ ବିଜେପୁର ବାର ଆଶ୍ସୋସିଏସନ ର ଉପସଭାପତି ଅରବିନ୍ଦ ପଧାନ ଙ୍କ ନେତୃତ୍ବରେ ସକାଳ ୬ ଟାରୁ ଦୋକାନ ବଜାର ବନ୍ଦ କରିଥିଲେ ବିଜେପୁର ମୁଖ୍ୟ ଛକରେ ଅବରୋଧ କରିଥିଲେ ।ବିଜେପୁର ର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ,ନ୍ୟାୟାଳୟ ବନ୍ଦ ରହିଥିଲା ବିଜେପୁର ମୁଖ୍ୟ ରାସ୍ତା ରେ ଶହ ଶହ ଗାଡି ଅଟକି ରହିଥିଲା ।ଅଞ୍ଚଳର ଶତାଧିକ ଜନତା ସମର୍ଥନ କରିଥିଲେ ।କଂଗ୍ରେସକର୍ମୀ ଅରବିନ୍ଦ ପ୍ରଧାନ, ସୁଶାନ୍ତ ବାରିକ, ଯୋଗେଶ ଚନ୍ଦ୍ର ସାହୁ ବିଜେପୁର ଓକିଲ ସଂଘ ର କର୍ମକର୍ତ୍ତା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ଅବହେଳାରୁ ଛାତ୍ରୀ ଜଣକ ଆତ୍ମଦାହ କରିଛନ୍ତି ଏବଂ ପରିବାରକୁ ନ୍ୟାୟ ଦାବିରେ ସକାଳ ଛଅ ଟାରୁ ସଂଧ୍ୟା ଛଅ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ତଥା ଅତ୍ୟାବଶ୍ୟକ ସେବା କୁ ଆନ୍ଦୋଳନରୁ ବାଦ ଦିଆଯାଇଛି।ବିଜେପୁର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା ।

Leave A Reply

Your email address will not be published.