ବେଲଗୁଣ୍ଠାରେ କୁକୁର କାମୁଡ଼ାରେ ୧୪ ଆହତ

0 2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ):ଗତ ଦୁଇଦିନ ମଧ୍ୟରେ ବେଲଗୁଣ୍ଠାରେ ଏକ ପାଗଳ କୁକୁର କାମୁଡ଼ାରେ ୧୪ ଜଣରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ଆଜି ପାଗଳ କୁକୁରଟିକୁ ଲୋକେ ପିଟି ପିଟି ମାରିଦେଇଥିବା ଜଣାପଡିଛି I ଖବରରୁ ପ୍ରକାଶ ଯେ ଗତକାଲି ବେଲଗୁଣ୍ଠାର ଆଳିଆ ସାହି,ନୁଆଁ ବନ୍ଧ ଏବଂ ହାଟପଦା ସମେତ ବେଲଗୁଣ୍ଠାକୁ ସଉଦା କିଣିବା ପାଇଁ ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସିଥିବା ଲୋକଙ୍କୁ ପାଗଳ କୁକୁରଟି ଗୋଡେଇ ଗୋଡେଇ କାମୁଡ଼ି ଥିଲା I କୁକୁର କାମୁଡ଼ାରେ ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ବେଲଗୁଣ୍ଠାର ସାହେବ ଡାକୁଆ, ଦମୟନ୍ତୀ ପାତ୍ର, ହରିହର ଦାସ, ହେମଲତା ପ୍ରଧାନ, ସାଳିମା ବେଗମ୍, ଉଦୟନାଥ ନାୟକ, ହରି କୃଷ୍ଣ ବିଶ୍ଵାଳ, ପଥରାପଲ୍ଲୀର ଲଭ୍ଲି ଗଉଡ, କେଦାର ନାୟକ, ପ୍ରଦୀପ ନାଇକ, କଳ୍ପତରୁ ନାୟକ,କଲ୍ୟାଣ ପୁରର ଗୋପୀନାଥ ଜେନା, ଗୂଡୀପଲ୍ଲୀ ର ସୁମନ୍ତ ବାଡତ୍ଯା ଏବଂ ଗୋଠଲୁଂଡା ର ହର୍ସଲ୍ ଗୌଡ଼ I ଦୁଇଦିନ ମଧ୍ୟରେ ବେଲଗୁଣ୍ଠାରେ ୧୪  ଜଣ କୁକୁର କାମୁଡା ଇଞ୍ଜେକ୍ସନ ନେଇଥିବା ବେଳେ ଆଜି ଉତ୍ୟକ୍ତ ଲୋକେ କୁକୁରଟିକୁ ବାଡ଼େଇକି ମାରିଦେଇଥିବା ଜଣା ପଡିଛି I

Leave A Reply

Your email address will not be published.