ସୁଗମ ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ

0

ବାରିପଦା(ଦିଲ୍ଲୀପ ମହାନ୍ତି)  ସମଗ୍ର ଶିକ୍ଷା ମୟୁରଭଞ ତରଫରୁ ସ୍ଥାନୀୟ ପ୍ରୟାସ ସମୀଳନୀ କକ୍ଷଠାରେ ସୁଗମ  (ପ୍ରାଥମିକସ୍ତରରେ ଶ୍ରେଣୀୱାରୀ ଶିକ୍ଷଣସ୍ତର ସୁନିଶ୍ଚିତ କରିବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ମାର୍ଗ ଦର୍ଶିକା )ର ଶୁଭ ଉନ୍ମୋଚନ ଉତ୍ସବ  ଅନୁଷ୍ଠିତ  ହୋଇଯାଇଅଛି ।  ଜିଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉନ୍ମୋଚନ କରିବା ସହିତ ସୁଗମ କାର୍ଯ୍ୟକ୍ରମ ଆୟୋଜନର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିବାକୁ ଯାଇ ପୁସ୍ତିକାଟି ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟର ଶ୍ରେଣୀ କୋଠରୀରେ ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ । ଏହାଦ୍ୱାରା ଛାତ୍ର ଛାତ୍ରୀମାନଙ୍କ ସର୍ବନିମ୍ନ ଦକ୍ଷତା ହାସଲ ନିମନ୍ତେ ପ୍ରଥମ ଶ୍ରେଣଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାଷା , ଗଣିତ , ଇଂରାଜୀ , ବିଜ୍ଞାନ , ପରିବେଶ , ଇତିହାସ ଓ ଭୂଗୋଳ ଆଦି ବିଷୟରେ ବିଭିନ୍ନ ପର୍ଯ୍ୟାୟରେ ଶିକ୍ଷାଦାନ ନିମନ୍ତେ ଦକ୍ଷତା ଭିତ୍ତିକ ପାଠ୍ୟ ଖସଡା ପ୍ରସ୍ତୁତ କରିବାରେ ସହାୟକ ହେବ । ଏହା ଶିକ୍ଷଣ ପ୍ରକ୍ରିୟାକୁ ସହଜ , ସରଳ ,ସୁଦୃଢ ଓ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସମୟ ଉପଯୋଗୀ ସହାୟତା କରିବ । ଆୟୋଜିତ ଉକ୍ତ ଉସôବରେ ଅନ୍ୟତମ ଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକ ଯୋଗଦେଇ ଉପସ୍ଥିତ ସମସ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ , ଗୋଷ୍ଠୀ ସହ ଶିକ୍ଷାଅଧିକାରୀ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କ ଉଦେ୍ଧଶ୍ୟରେ ସୁଗମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଲେ ଯେ ଏହି ପୁସ୍ତକ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟରେ ପହଁଞ୍ଚି ପାରିବ ଏବଂ ପିଲାମାନେ ଯେପରି ସର୍ବନିମ୍ନ ଶିକ୍ଷଣ ସ୍ତର ହାସଲ କରିପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବେ । ଏହାର ସଫଳତା ନିମନ୍ତେ ଶିକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତାଙ୍କ ସହ ଜିଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ କାର୍ଯ୍ୟକୁ ନିରନ୍ତର ଭାବରେ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକରିବା ଉଚିତ । ସେହିପରି ଗୋଷ୍ଠୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ  ଗୋରୁମହିଷାଣୀର ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା  ଏବଂ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ବାରିପଦାର ଅଧ୍ୟକ୍ଷ ଡ. ସୁଦର୍ଶନ ସାନ୍ତରା ପ୍ରମୁଖ ଯୋଗଦେଇ ଜିଲା ପ୍ରଶାସନର ଉଦ୍ୟମକୁ ଅନନ୍ୟ ବୋଲି ଅବିହିତ କରିବା ସହ ଶ୍ରେଣୀ ଗୃହରେ ଶିକ୍ଷକମାନଙ୍କୁ ଏହା କିପରି ସହାୟକ ହେବ ସେହି ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲାର ୩୪୭ ଜଣ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ , ୭୦ ଜଣ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ଯୋଗଦେଇଥବା ସମୟରେ ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି , ବାଳିକା ଶିକ୍ଷା ସଂଯୋଜକ ମାନସ କୁମାର ସ୍ୱାଇଁ , ଶିକ୍ଷାତତ୍ୱ ସଂଯୋଜିକା ଶୈଳବାଳା ବେହେରା ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ମୋରଡା ଗୋଷ୍ଠୀ  ଶିକ୍ଷା ଅଧିକାରୀ ଭବେନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲା ଭିନ୍ନକ୍ଷମ ତଥା ଗଣ ମାଧ୍ୟମ ସଂଯୋଜକ ନିରଞନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.