ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମ୍ୟାନେଜମେଣ୍ଟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ 

0

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦା ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନଳଗଜା ୟୁ.ଏନ. ମହାବିଦ୍ୟାଳୟ ପୂର୍ବତନ ପ୍ରାଧ୍ୟାପକ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ ସଦସ୍ୟ ରବିନାରାୟଣ ଚାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଉଦ୍ଧାମତାର ଏକ ଜ୍ୱଳନ୍ତ ଉଦାହରଣ ଓ ଆଧୁନିକ ସମୟରେ ଯୁବବର୍ଗ ନିମନ୍ତେ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଥିଲେ । ମୁଖ୍ୟବକ୍ତା ଭାବରେ ବେତନଟୀ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଶ୍ରୀନିବାସ ଭଞ୍ଜ ଯୋଗ ଦେଇ ଉଭୟ ମହାପୁରୁଷଙ୍କର ଜୀବନୀର ଏକ ଆତ୍ମିକ ଅନୁଶୀଳନ କରିବା ସହ ଯୁବବର୍ଗଙ୍କୁ ଏହି ଉଦ୍ଧାମତାର ମହାସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅଧ୍ୟାପକ କୁମାରେଶ ନାୟକ ଓ ଅଧ୍ୟାପିକା ତୃପ୍ତି ଦାସ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ଶେଷରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମୀରା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ମଦନ ମୋହନ ସାହୁ, ଗଣେଶ ଚନ୍ଦ୍ର ପରିଡା, କୁମାରେଶ ନାୟକ, ରାହୁଲ କୁମାର ନନ୍ଦି, ପଞ୍ଚାନନ ସାହୁ, ରାମଚନ୍ଦ୍ର ଜେନା, ସୌମ୍ୟରଂଜନ ଜେନା, ବିଭୁଦତ୍ତ ଗିରି, ପୂଜାରିଣୀ ଦାସ, ସବିତାରାଣୀ ଦାସ, ଦୀପାଲି ଗୋଚ୍ଛାୟତ, ବିଜୟା ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ଦିବ୍ୟଜ୍ୟୋତି ଗିରି, ମନୋଜା ପଣ୍ଡା, ଜ୍ୟୋତିପ୍ରଜ୍ଞା ଦାସବାବୁ, ତାପସୀ ମଢୁଆଳ, ଲକ୍ଷ୍ମୀପ୍ରିୟା ଖଣ୍ଡା, ଅଙ୍କିତା କର, ସୁନିତା ମୁର୍ମୁ, ରାଜଲକ୍ଷ୍ମୀ ଶର୍ମା, ସୁଚରିତା ସିହ୍ନା, ଅଭିଷେକ ପାତ୍ର, ଚନ୍ଦ୍ର ଶେଖର ପାଲ, ନବଜ୍ୟୋତି ସାହୁ, ସମରିିତ୍ ଗିରି ପ୍ରଭୃତି ଏହି ସଭାରେ ସକ୍ରିୟ ଅଂଶ ଗ୍ରହଣ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

 

Leave A Reply

Your email address will not be published.