ଚକ୍ଷୁ ଯତ୍ନରେ ରୂପାନ୍ତରଣ ଆଣୁଛି ଆଦିତ୍ୟ ଆଲୁମିନିୟମର ପ୍ରୋଜେକ୍ଟ ଭିଜନ ସେଣ୍ଟର

0 1

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଆଦିତ୍ୟ ଆଲୁମିନିୟମ, ଭିଜନ ଇଣ୍ଡିଆ ଫାଉଣ୍ଡେସନ ସହଯୋଗୀତାରେ ତାହାର ପ୍ରମୁଖ ପ୍ରୋଜେକ୍ଟ ଭିଜନ ସେଣ୍ଟର ଜରିଆରେ ଗଭୀର ପ୍ରଭାବ ପକାଇଛି । ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଳି ବ୍ଲକର ୯୪,୦୦୦ରୁ ଅଧିକ ବାସିନ୍ଦା ଚକ୍ଷୁ ଯତ୍ନ ସେବା ପାଇସାରିଛନ୍ତି । ୨୦୨୦ରେ ଏହା ଆରମ୍ଭ ହେବା ଦିନଠାରୁ ଏହି ସେଣ୍ଟର ୮୧ଟି ଗ୍ରାମକୁ ସେବା ଯୋଗାଇବାରେ ପ୍ରଥମ ଏବଂ ଏକମାତ୍ର ଚକ୍ଷୁ ଯତ୍ନ ସୁବିଧା କେନ୍ଦ୍ର ଭାବରେ ଉଭା ହୋଇଛି । ପୂର୍ବରୁ ମିଳିକା ଚକ୍ଷୁ ଯତ୍ନ ସମ୍ପର୍କିତ ସେବାରୁ ବଞ୍ଚିତ ହୋଇ ଆସିଥିବା ଅଞ୍ଚଳରେ ଏହି ପ୍ରୟାସ ଆଉ ପାଦେ ଅଗ୍ରସର ହୋଇଛି ।
ସ୍ଥାନୀୟ ଅପ୍‍ଟୋମେଟ୍ରିଷ୍ଟ ଏବଂ ସମ୍ବଲପୁରରେ ଅବସ୍ଥିତ ତ୍ରିଲୋଚନ ନେତ୍ରାଳୟର ଡାକ୍ତରମାନଙ୍କ ସହିତ ରିମୋଟ ଭିଡିଓ ପରାମର୍ଶର ଏକ ସ୍ମାର୍ଟ ସମ୍ମିଶ୍ରଣ ଜରିଆରେ ଏହି କେନ୍ଦ୍ର ପରିଚାଳିତ ହେଉଛି, ଯେଉଁମାନଙ୍କ ସହିତ ଏହା ଘନିଷ୍ଠ ଭାବରେ ସହଭାଗୀତା କରିଆସୁଛି । ଏହି କେନ୍ଦ୍ର ସୁଲଭ ଏବଂ ସହଜ ପ୍ରାଥମିକ ଚକ୍ଷୁ ଯନô ସେବା ଯୋଗାଇ ଦେଉଛି । କେବଳ ଗୋଟିଏ ତ୍ରୟମାସିକରେ ଏଠାରେ ୬୩୫ରୁ ଅଧିକ ରୋଗୀଙ୍କର ଚିକିତ୍ସା କରାଯାଇଛି ଏବଂ ‘ଅନ୍ଧତ୍ୱ ମୁକ୍ତ ସମ୍ବଲପୁର’ ଅଭିଯାନ ଅଧୀନରେ ୭୦ଟି ମୋତିଆବିନ୍ଦୁ ଅସ୍ତେ୍ରାପଚାର ସଫଳତାର ସହିତ ସମ୍ପନ୍ନ କରାଯାଇଛି, ଯାହାଦ୍ୱାରା ସେମାନଙ୍କର ଦୃଷ୍ଟିଶକ୍ତି ଫେରାଇ ଅଣାଯାଇପାରିଛି ଏବଂ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ କରାଯାଇଛି । ଏହା ଅନ୍ଧାର ମଧ୍ୟରେ ଆଲୋକ ଏବଂ ଆଶା ଆଣିଦେଉଛି ।
କମ୍‍ ଦୃଷ୍ଟିଶକ୍ତି କାରଣରୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବୟସ୍କ ଗ୍ରାମବାସୀଙ୍କ ଠାରୁ ନେଇ ଯୁବ ଛାତ୍ର ଛାତ୍ରୀଙ୍କ ପର୍ଯ୍ୟନ୍ତ, ଏହି କେନ୍ଦ୍ର ସାପ୍ତାହିକ ଭିତ୍ତିରେ ଜନସାଧାରଣଙ୍କ ପାଇଁ ପହଞ୍ଚଯୋଗ୍ୟ ସ୍ଥାନରେ ଶିବିର ଆୟୋଜନ, ଘରକୁ ଘର ଯାଇ ଯାଞ୍ଚ ଏବଂ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କର ନିରଳସ ପ୍ରୟାସ ଜରିଆରେ ଏହି କେନ୍ଦ୍ର ନିଜର ସେବା ଯୋଗାଇ ଦେଉଛି । ଏହାର ସେବାରେ ଉପକୃତ ରୋଗୀମାନଙ୍କ ମୁହଁରୁ ଭୂୟସୀ ପ୍ରଶଂସା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏହାର ପ୍ରଭାବ ସମ୍ପର୍କରେ ବର୍ଣ୍ଣନା କରୁଛି ।
ଏହି କେନ୍ଦ୍ର ପ୍ରଭାବୀ ପରବର୍ତ୍ତୀ ଯନô ନିମନ୍ତେ ରୋଗୀମାନଙ୍କର ରେକର୍ଡ ଡିଜିଟାଇଜ କରୁଛି ଏବଂ ଏହା ଟେରିଜିୟମ୍‍ ଓ ଡାଏବେଟିକ ରେଟିନୋପାଥି ଭଳି ପରିସ୍ଥିତି ସୁଧାରିବା ଦିଗରେ ପଦକ୍ଷେପ ନେଇଛି ଏବଂ ସେହି ସମୟରେ ରୋମୀମାନଙ୍କୁ ନିତାନ୍ତ ଆବଶ୍ୟକ ଚଷମା ବଣ୍ଟନ କରୁଛି ।
ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ୟୁନିଟ ଏବଂ ଉତ୍ସର୍ଗୀକୃତ ଗ୍ରାମ ସ୍ତରର ସ୍ୱେଚ୍ଛାସେବୀଙ୍କ ଜରିଆରେ ଏହି ସେବା ୧୦୮ଟି ଗ୍ରାମକୁ ସମ୍ପ୍ରସାରିତ କରିବା ଯୋଜନା ରହିଥିବାବେଳେ ଆଦିତ୍ୟ ଆଲୁମିନିୟମ ଉକ୍ତ ଅଞ୍ଚଳରୁ ନିରାକରଣଯୋଗ୍ୟ ଅନ୍ଧତ୍ୱ ସମ୍ପୂର୍ଣ୍ଣ ଭାବରେ ଦୂରୀକରଣ କରିବା ଲକ୍ଷ୍ୟ ରଖିଛି ।
“ଏହା କେବଳ ମାତ୍ର ସିଏସ୍‍ଆର ନୁହେଁ- ଏହା ଜନସମୁଦାୟକୁ ଆରୋଗ୍ୟ କରିବା,” ବୋଲି ଶ୍ରୀ ଜେ ପି ନାୟକ, ୟୁନିଟ ହେଡ୍‍, ଆଦିତ୍ୟ ଆଲୁମିନିୟମ କହିଥିଲେ । “ଦୃଷ୍ଟିଶକ୍ତି ଫେରାଇ ଆଣିବା ଅର୍ଥ ଜୀବିକା ଉପାର୍ଜନ, ଶିକ୍ଷା ଅର୍ଜନ ଏବଂ ଜୀବନ ଫେରାଇ ଆଣିବା,” ବୋଲି ସେ କହିଥିଲେ ।
“ମୁଁ ପୁଣିଥରେ ସ୍ପଷ୍ଟ ଭାବରେ କେବେ ଦେଖିପାରିବା ଆଶା ହରାଇଥିଲି । ଭିଜନ ସେଣ୍ଟରକୁ ଧନ୍ୟବାଦ, ଏବେ ମୁଁ ସିଲେଇ କରିପାରୁଛି ଏବଂ ସ୍ୱାଧୀନ ଭାବରେ ଜୀବନ ନିର୍ବାହ କରୁଛି । ଏହା ଯେମିତି ମୋ ପାଇଁ ଜୀବନ ଫେରିପାଇବା ଭଳି ହୋଇଛି,” ବୋଲି ରେଙ୍ଗାଳି ବ୍ଲକ୍‍ର ୭୩ ବର୍ଷ ବୟସ୍କ ଜଣେ ଦରଜୀ ପଞ୍ଚାନନ ବେହେରା କହିଥିଲେ ।
ଆମ ରାଷ୍ଟ୍ରରେ ଯେଉଁଠି ହଜାର ହଜାର ଲୋକ ଦୃଷ୍ଟିଶକ୍ତି ହରାଇ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେଠାରେ ରେଙ୍ଗାଳିର ଭିଜନ ସେଣ୍ଟର, କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହନ କିଭଳି ସ୍ଥାୟୀ ସାମାଜିକ ରୂପାନ୍ତରଣ ଆଣିପାରୁଛି ତାହାର ଏକ ଉତ୍ତମ ଉଦାହରଣ ଭାବରେ ଉଭା ହୋଇଛି ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପାଇଁ ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ ଓଡ଼ିଶାରେ ୫ ଲକ୍ଷରୁ ଅଧଥିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ୧୨୮ଟି ଗ୍ରାମରେ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସଆର୍‍ କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‍ କମୁ୍ୟନିଟି ଇନିସିଏଟିଭସ୍‍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଦ୍ୱାରା ପରିଚାଳିତ ହେଉଛି । ଏହି ଗ୍ରୁପ୍ର ଦୂରଦୃଷ୍ଟି ହେଉଛି ଏହା ନିଜର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏହା କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ କରାଯାଉଛି ଏବଂ ରାଷ୍ଟ୍ରର ମାନବ ବିକାଶ ସୂଚକରେ ବୃଦ୍ଧି ଘଟୁଛି । ଗ୍ରୁପ୍‍ର ସିଏସଆର ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ନିମନ୍ତେ ୟୁଏନ୍‍ଏସଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।

Leave A Reply

Your email address will not be published.