କାଶୀପୁର ରୁ ବୈକୁଣ୍ଠ ଦୁରିଆ , ୧୭/୭; ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପ ସହଯୋଗୀ କମ୍ପାନୀର ବାଫ୍ଲିମାଳି ଖଣିକୁ ଭୁବନେଶ୍ୱର ସର୍କଲ ୨ ଅଧୀନରେ ବି୧ ଗୃପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ରାଜ୍ୟ ସ୍ତରୀୟ ସମ୍ମାନ ପ୍ରଦାନ ହୋଇଛି । ସର୍ବୋଉତ୍କୃଷ୍ଟ ସୁରକ୍ଷା ପ୍ରଣାଳୀ ସହ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ତ ମାନଦଣ୍ଡକୁ ସମ୍ପୂର୍ଣ ଭାବେ ଅନୁପାଳନ କରିଥିବାରୁ କେନ୍ଦୁଝର ଜିଲ୍ଲା ବରବିଲ୍ ଠାରେ ଆୟୋଜିତ ୪୨ ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ଅବସରରେ ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣିକୁ ସମ୍ମାନଜନକ ପୁରସ୍କାର ମିଳିଛି। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ସୌଜନ୍ୟତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନଙ୍କ ସମେତ ଅନ୍ୟ ବରିଷ୍ଠ କର୍ମଚାରୀ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ସର୍କଲ ୧ ଖଣି ସୁରକ୍ଷା ନିର୍ଦ୍ଧେଶକ ଅଭିନାଶ କୁମାର ମିଶ୍ର, ଭୁବନେଶ୍ୱର ସର୍କଲ ୨ ଖଣି ସୁରକ୍ଷା ନିର୍ଦ୍ଧେଶକ ନଷିନା ବାଲସୁବ୍ରମଣିଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଖଣି ଉତ୍ତୋଳନ ପ୍ରକ୍ରିୟାରେ ସମସ୍ତ ସୁରକ୍ଷା ପାରଦସର୍ଶିତା ମାନଦଣ୍ଡକୁ ଅନୁପାଳନ କରିବା ସହିତ ସର୍ବୋତ୍ତମ ଦକ୍ଷତା ପ୍ରଦର୍ଶନ କରି ଥିବାରୁ ବାଫ୍ଲିମାଳି ଖଣିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ କହିଛନ୍ତି ଯେ, ଖଣି ଖନନ ବେଳେ କର୍ମଚାରୀ ନିର୍ଦ୍ଧାରିତ ସୁରକ୍ଷା ମାର୍ଗଦର୍ଶିକାର ମାନଦଣ୍ଡକୁ ପାଳନ କରିବା ସହିତ ଏହାକୁ ଦୈନନ୍ଦିନ କାର୍ଯ୍ୟ ଭାବେ କରିବାକୁ ପରାମର୍ଶ ଦେଇଥିଲେ । ବାଫ୍ଲିମାଳି ଖଣିକୁ ଏହି ସମ୍ମାନ ମିଳିଥିବାରୁ ଏହା ଆଗାମୀ ଦିନରେ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିବ ବୋଲି ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.