ବାହାଡ଼ାଝୋଲା ଫାଣ୍ଡିକୁ ଥାନାର ମାନ୍ୟତା ଦାବି, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ମିଳିତ ବୈଠକ

0 2


ଓଡ଼ଗାଁ,୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବାହାଡ଼ାଝୋଲାରେ ବହୁ ପୁରାତନ ବ୍ରିଟିଶ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ ପାଇଁ ଅଂଚଳର ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ମିଳିତ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସୁଚନା ଅନୁସାରେ ୧୯୪୦ ମସିହା ବ୍ରିଟିଶ ଅମଳରୁ ବାହାଡାଝୋଲା ଠାରେ କାର୍ଯ୍ୟ କରିଆସୁଥିବା ଫାଣ୍ଡି ଫାଣ୍ଡି ହୋଇ ପଡିରହିଥିବା ସେ ସମୟର ଅଧିକାଶଂ ଫାଣ୍ଡି ଥାନାର ମାନ୍ୟତା ପାଇ ସାରିଲାଣି। ଏହି ଫାଣ୍ଡି ଉପରେ ୬ ଗୋଟି ଆଦିବାସୀ ବହୁଳ ପଂଚାୟତ ଯଥା କାପ୍ତାପଲ୍ଲୀ, ଗୁମି, ହରିପୁର, ବେରୁହାଁବାରୀ, ସିଙ୍ଗାରପଲ୍ଲୀ ଭଳି ପଂଚାୟତର ମୋଟ ୯୭ଟି ରେଭିନ୍ୟୁ ଭିଲେଜ ରହିଛି । ଏଥିସହିତ ବାହାଡ଼ାଝୋଲା ଡେଲି ମାର୍କେଟ, ସାପ୍ତାହିକ ହାଟ, ଦୁଇଟି କଲେଜ, ଦୁଇ ସରକାରୀ ମଦ ଦୋକାନ ସହିତ ବିଭିନ୍ନ ଅଫିସ୍ ରହିଛି । ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉକ୍ତ ଫାଣ୍ଡି ଉପରେ ନିର୍ଭର କରିଥାନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏ ସମ୍ପର୍କରେ ପ୍ରଶାସନର କୌଣସି ତତ୍ପରତା ଦେଖାଯାଇନାହିଁ । ଏଣୁ ଦାବିକୁ ଅଧିକ ସକ୍ରିୟ କରିବା ପାଇଁ ସାମ୍ବାଦିକ ନିରଂଜନ ସାହୁଙ୍କ ଆହ୍ବାନରେ ଫାଣ୍ଡି ପରିସର ଶ୍ରୀନାଥ ମନ୍ଦିର ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଚଳର ବୁଦ୍ଧିଜୀବୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ସାହୁ, ବଂଶିଧର ସାହୁ , ଭିଖ୍ୟାକାରୀ ବକ୍ସି, ମହେନ୍ଦ୍ର କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସୁରେଶ କୁମାର ସାହୁଙ୍କ ସହିତ ଅଂଚଳ ବିଜେପି ମଣ୍ଡଳ ସଭାପତି ଦିଲ୍ଲିପ କୁମାର ନାୟକ ଉପସ୍ଥିତ ରହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସ୍ୱାଗତ କରିବା ସହିତ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ସହମତି ଜଣାଇଥିଲେ । ଅଂଚଳର ସାମ୍ବାଦିକ ପ୍ରଦିପ କୁମାର ସାହୁ, ବିରଂଚି ନାରାୟଣ ବେହେରା, ଦାଶରଥି ମହାନଙ୍କୁଡ ଦୟା ସାହୁ, ଲୋକନାଥ ମହାପାତ୍ର ପ୍ରମୋଦ କୁମାର ନାୟକ
ନେତ୍ରୁତ ନେଉଥିଲେ। ଆଗାମୀ ଦିନରେ ଜିଲ୍ଲାପାଳ, ଏସପି, ଡ଼ିଜି, ବିଧାୟକ, ସାଂସଦଙ୍କ ସହିତ ମୁଖ୍ୟ ମନ୍ତ୍ରୀଙ୍କ ଠାରେ ଉକ୍ତ ଫାଣ୍ଡିକୁ ଥାନାର ମାନ୍ୟତା ଦେବାପାଇଁ ଦାବି ରଖାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.