ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି ସମ୍ମିଳନୀ ବି ଇ ଓ ଅଦନ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବ୍ଲକ ର ୪୮ ଜଣ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି ଯୋଗଦାନ କରିଥିଲେ। ମୁଖ୍ୟଅତିଥି ଭାବେ ଅଧ୍ୟାପକ ସସ୍ମିତା ସାହୁ ଯୋଗଦାନ କରି ଶିଶୁ ବାଟିକା ସହ ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ ।ସମ୍ମାନିତ ଅତିଥି ନବୋଦୟ ବିଦ୍ୟାଳୟ ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର ଆଗାମୀ ନବୋଦୟ ପ୍ରବେଶିକା ପରୀକ୍ଷା ରେ ସର୍ବାଧିକ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରିବା ପାଇଁ ଜଣାଇ ଥିଲେ ।ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପ୍ରଧାନ ଅତ୍ୟାବଶ୍ୟକ ବିଲ୍ ଭାଉଚର୍ ବିଷୟରେ ସୂଚନା ଦେଇ ଥିଲେ । ବି ଇ ଓ ବ୍ଲକ୍ ର ସମସ୍ତକାର୍ଯ୍ୟ ସୂଚାରୁ ରୁପେ ସମ୍ପାଦାନ କରି ବ୍ଲକର ସୁନାମ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post