ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣା: ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ରାମମନ୍ଦିର ସମ୍ମୁଖରେ ବିଜେଡିର ସମୂହ ଦୀପଦାନ
ଭୁବନେଶ୍ୱର, ୧୪/୦୭/୨୦୨୫: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହିତ ସଂଘର୍ଷ କରୁଥିବା ବାଲେଶ୍ୱର ଏଫଏମ କଲେଜର ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସମୂହ ଦୀପଦାନ କରାଯିବା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମାନଙ୍କ ସହିତ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ମନ୍ମଥ ରାଉତରାୟଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।