ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା ସ୍ଥିତ ଜିଲ୍ଲା ପରିସଂଖ୍ୟାନ ସଭା ଗୃହରେ କଳାହାଣ୍ଡି ଫୋରାମ ଫର ସୋସିଆଲ ଟ୍ରାନ୍ସଫରମେସନ(କେଏଫଏସଟି) ପକ୍ଷରୁ ଚଳିତ ବର୍ଷର ଦଶମ ଓ ଦ୍ଵାଦଶ ଟପର ଙ୍କୁ ସମ୍ବର୍ଦ୍ଧନା କରା ଯାଇଛି ।
କଳାହାଣ୍ଡି ଫୋରାମ ଫର ସୋସିଆଲ ଟ୍ରାନ୍ସଫରମେସନର ସଭାପତି ପ୍ରେମାନନ୍ଦ ବାଗଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ଡ଼ ଗୁଣନିଧି ନାଏକ,ଅବସର ପ୍ରାପ୍ତ ଜିଲ୍ଲା ଟ୍ରେଜରୀ ଅଧିକାରୀ ମହେଶ୍ବର ମାଝୀ ,ଅବସର ପ୍ରାପ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ମୁକୁନ୍ଦ ନିଆଲ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନାକରି ପାଠପଢି ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ର ୧୨ ଜଣ ଦଶମ ଓ ଦ୍ଵାଦଶ ଶ୍ରେଣୀ ଟପ୍ପର ଛାତ୍ରୀଛାତ୍ରଙ୍କୁ ମାନପତ୍ର,ଧନରାଶି ଦେଇ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସମସ୍ତ ଅତିଥି ଛାତ୍ର ଛାତ୍ରୀ ଙ୍କୁ ତାଙ୍କ ଭାଷଣ ରେ ନିଜ ନିଜ ର ଛାତ୍ର ଜୀବନର ସଂଘର୍ଷ ,ପରିଶ୍ରମ ,ଉଦ୍ୟମ ,ଦୃଢ ଇଚ୍ଛା ଶକ୍ତି ,ସ୍ବପ୍ନ ,ଲକ୍ଷ୍ୟ ହାସିଲ କରିବା ରାସ୍ତା ,ଉଦାରତା ,ଭଲ ମଣିଷ ତଥା ନିଜର ଭବିଷ୍ୟତ କେମିତି ଗଠନ କରିବା ଉପରେ ବକ୍ତବ୍ୟ ରଖି ଥିଲେ । କାର୍ଯ୍ୟକ୍ରମ କୁ ଫୋରମ ର ସାଧାରଣ ସମ୍ପାଦକ ଡ଼ା କେଦାରନାଥ ଖମାରି ପରିଚାଳନା କରିଥିବାବେଳେ ସହ ସାଧାରଣ ସମ୍ପାଦକ ଚୈତନ୍ୟ ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଲାଞ୍ଜିଗଡ ସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ବେଣୁପାଣି ,କେଏଫଏସଟିର ସଦସ୍ୟ ବିଜୟ ଖମାରି, ଦିବାକର ବାଗ, ରାମ କୁମାର ନାଏକ,ବସନ୍ତ ନାଏକ, ତୋଫାନ ବେମାଲ ,କ୍ଯାପ୍ ଟେନ ବିଜୟ ଦଲାଇ , ଜଳଧର ଦୁର୍ଗା , ପଦ୍ମନାଭ କୁମ୍ଭାର , ପବିତ୍ର କୁମାର ବାଗ , ଅଭିମନ୍ୟୁ ମହାନନ୍ଦ ସମେତ ଟପ୍ପର ଛାତ୍ରୀଛାତ୍ରଙ୍କର ପିତାମାତା, ଅଭିଭାବକ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.