କେନ୍ଦୁଝର,ତା୧୩/୭- କରୋନା ମହାମାରୀ କଟକଣା ପୂର୍ବରୁ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ଆଡ଼ହକ କମିଟିର ଅଧ୍ୟକ୍ଷା ଥିଲେ ବରିଷ୍ଠ ଓକିଲ ସଂଗୀତା ସିଂହ। ତେବେ ସେତେବେଳ ଓକିଲ ସଂଘରେ ବିବାଦ ଚରମସୀମାରେ ପହଞ୍ଚି ଥିଲା ଥାନା ଫାଣ୍ଡି ଯାଏ କଥା ଯାଇଥିଲା । ସଂଗୀତା ସିଂହ ପୂର୍ବରୁ ରାଜ୍ୟ ଓକିଲ ସମାବେଶରେ ଖର୍ଚ୍ଚ ବ୍ୟୟ ସହ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଅନୁସନ୍ଧାନ କରି ତଥ୍ୟ ନପାଇବାରୁ ଏତଲା ଦେଇଥିଲେ ବୋଲି କୁହନ୍ତି। ତେବେ ବିବାଦ ମଧ୍ୟରେ ତାଙ୍କୁ ପଦ ଛାଡିବାକୁ ବାଧ୍ୟ କରି ଅନ୍ୟାୟ ଉପାୟରେ ଜିଲ୍ଲା ଓକିଲ ସଂଘରୁ ନିଲମ୍ବନ କରାଗଲା ବୋଲି ସୂଚନା ଦିଆଯାଇଥିଲା। ପରେ ବିଶୃଙ୍ଖଳିତ କାର୍ଯ୍ୟ ଲାଗି ଓକିଲ ସଂଗୀତା ସିଂହ, ରାମ ନାରାୟଣ ଦ୍ଵିବେଦୀ ଓ ଚିନ୍ମୟ ଦାସଙ୍କୁ ନିଲମ୍ବନ କରାଗଲା ବୋଲି ଓକିଲ ସଂଘ ସ୍ପଷ୍ଟ କରିଥିଲା । ତେଣୁ ନିଜର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଲା ବୋଲି ଏହି ଓକିଲମାନେ ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ରେ ଏହି ନିଲମ୍ବନ ଆଦେଶ ଖାରଜ ଲାଗି ପ୍ରାର୍ଥନା କରିଥିଲେ।ତେଣୁ ଏ ସବୁ କଥା ବିଚାର କରି ରାଜ୍ୟ ବାର୍ କାଉନସିଲ୍ ତା୧୨/୪/୨୦୨୫ ବୈଠକରେ ଏହି ତିନି ଓକିଲଙ୍କ ନିଲମ୍ବନ ଆଦେଶକୁ ସ୍ଥଗିତ ରଖିଥିଲା। ଏହି ସଂକ୍ରାନ୍ତରେ ରାଜ୍ୟ ସଂଗଠନର ସମ୍ପାଦକ ଜେ କେ ସାମନ୍ତ ସିଂହାର କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଭାପତି / ସମ୍ପାଦକଙ୍କୁ ଚିଠି କରିଛନ୍ତି କି ଏହି ଆଦେଶ ଲାଗି ଉକ୍ତ ତିନି ଓକିଲଙ୍କୁ ଜିଲ୍ଲା ବାରରେ ବସିବା ବ୍ୟବସ୍ଥା କରାନ୍ତୁ । ଯେହେତୁ ରାଜ୍ୟ ବାର କାଉନସିଲ ଏହି ୩ ଓକିଲଙ୍କ ନିଲମ୍ବନକୁ ସ୍ଥଗିତ ରଖିଛନ୍ତି ତେଣୁ ଏମାନେ ସଂପୂର୍ଣ୍ଣ ଭାବେ ଜିଲ୍ଲା ବାରରେ ମର୍ଯ୍ୟାଦା ଅଧିକାର ପାଇବାକୁ ଯୋଗ୍ୟ ଏକଥା ରାଜ୍ୟ ସଂପାଦକ ଚିଠିରେ ଉଲ୍ଲେଖ କରି ୧୫ ଦିନ ଭିତରେ କେନ୍ଦୁଝର ବାର ଆସୋସିଏସନ ରାଜ୍ୟ ସଂସ୍ଥାକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ରାଜ୍ୟ ବାର କାଉନସିଲ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଉଲ୍ଲେଖ ରହିଛି।
Sign in
Sign in
Recover your password.
A password will be e-mailed to you.