ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ),ଗତ ଜୁଲାଇ ଚାରି ତାରିଖରେ ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳା ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଲେ ସାନବୋର୍ସିଂ ଗ୍ରାମର ପିଙ୍କି ସ୍ୱାଇଁ I ପିଙ୍କିଙ୍କ ଅଭିଯୋଗ ପ୍ରକାରେ ତାଙ୍କ ମାଆ ଅର୍ଥାତ୍ ସାନବୋର୍ସିଂ ଗ୍ରାମର ଧୋବଣୀ ସ୍ୱାଇଁ ଗତ ଚାରି ତାରିଖରେ କୌଣସି କାମରେ ବଡ଼ବୋର୍ସିଂ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ କୁ ଯାଇଥିଲେ I ସେଠାରେ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟରେ ଧୋବଣୀ ନିଜ କାମ ସାରି ରାସ୍ତାକୁ ଆସିବା ସମୟରେ ସୋରଡା ପଟୁ OD32K-3323 ନମ୍ବର୍ ବିଶିଷ୍ଟ ଏକ ଟାଟା ମ୍ୟାଜିକ୍ ଗାଡ଼ି ଦ୍ରୁତ ଗତିରେ ଆସି ଧୋବଣୀଙ୍କୁ ଧକ୍କା ଦେଇଥିଲା I ଫଳରେ ଧୋବଣୀ ତଳେ ଛିଟିକି ପଡ଼ିବାରୁ ତାଙ୍କର ହାତଗୋଡ଼ରେ ଆଘାତ ଲାଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା I ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା I କିନ୍ତୁ ସେଠାରେ ମଧ୍ୟ ଧୋବଣୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ୍ ରେ ଭର୍ତ୍ତି କରାଯାଇଥିଲା I ସେଠାରୁ ଏକ ଘରୋଇ ହସ୍ପିଟାଲ୍ କୂ ଧୋବଣୀଙ୍କୁ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରବିବାର ରାତ୍ର ଆଠ ଘଣ୍ଟା ସମୟରେ ଧୋବଣୀଙ୍କ ମୃତ୍ୟୁ ଘଟିଥିଲା I ଏନେଇ ଗାଙ୍ଗପୁର ଥାନାରେ ୪୪୪/୨୫ ରେ ଏକ ମାମଲା ୠଜୁକରି ଏଏସ୍ଆଇ ପି କେ ଗାଣ୍ଟl ଘଟଣାର ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିବା ସହ ଆସନ୍ତା କାଲି ଭୁବନେଶ୍ୱରରେ ଧୋବଣୀଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.