ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଆଜି ସକାଳ ୯.୦୦ଘଣ୍ଟା ସମୟରେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ତରଫରୁ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଟାଖମାର ଠାରେ ଆମ ଜଙ୍ଗଲ ଯୋଜେନା କେସିଙ୍ଗା, ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁଙ୍କ ତତ୍ୱାବଧାନର ରେ ୭୬ ତମ ବନ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା କର୍ମଚାରୀ ଶ୍ରୀଯୁକ୍ତ ଇନ୍ଦ୍ରମଣୀ ମାଝୀ ଓ ଶ୍ରୀଯୁକ୍ତ ସାନନ୍ଦ ଚନ୍ଦ୍ର ସାଗର ଏବଂ ବିଦ୍ୟାଳୟର ଭାରପ୍ରପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଟଙ୍କଧର ମାଝୀ , ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ତୃପ୍ତୀମୟୀ ଛତ୍ରିଆ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ପରିଚଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ସ୍କୁଲ ପରିସରରେ ସମସ୍ତଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ ହୋଇଥିଲା।ଉକ୍ତ କାର୍ଯୟକ୍ରମ ରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ହୃଦବୋଧ କରାଇ “ମାଆ ପାଇଁ ଗଛଟିଏ , ଶିଶୁ ପାଇଁ ଗଛଟିଏ”।। ଲଗାଇବା ପାଇଁ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା । କାର୍ଯକ୍ରମ ଟି ର ପ୍ରଭାବ ସ୍ଥାନୀୟ ଅଞ୍ଚଲରେ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇବା ସହିତ ପରିବେଶ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଗଲା । ଉକ୍ତ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟର ଅଭିଭକ ଅଭିଭାବକ ଚଳିତ ବର୍ଷ ଅଧିକ ଗଛ ଲଗାଇବା ପାଇଁ ଶପଥ ନିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.