ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ: ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୭ ଜଣ ଚିହ୍ନଟ

2

ଓଡ଼ଗାଁ,୧୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ତଥା ଏନ୍ଏସିର ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ଆନୁକୁଲ୍ୟରେ +୨ ସାଇନ୍ସ କୋଚିଂ ସେଣ୍ଟର ରଘୁନାଥ ଷ୍ଟଡି କେୟାର ଏବଂ ରଘୁନାଥ ଆଥଲେଟିକ ଆସୋସିଏସନ, ଓଡ଼ଗାଁଙ୍କ ମିଳିତ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୪୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାହୋଇଥିବା ବେଳେ ସେଥି ମଧ୍ୟରୁ ୭ ଜଣଙ୍କର ମାଗଣା ଅପରେସନ ନିମନ୍ତେ ଆଜି ଅପରାହ୍ନରେ ଭୂବନେଶ୍ବର ରୋଟାରୀ ଚକ୍ଷୁ ଡାକ୍ତରଖାନାକୁ ସେମାନଙ୍କୁ ନିଆଯାଇଛି ।

ରାତିରେ ଅପରେସନ କରାଯାଇ ଶନିବାର ସକାଳେ ରୋଗୀ ମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବ ବୋଲି ରୋଟାରୀ ଚିକିତ୍ସାଳୟ ତରଫରୁ ସୂଚନା ଦିଆଯାଇଛି। ଷ୍ଟଡି କେୟାର ପରିଚାଳକ ସାରସ କୁମାର ମିଶ୍ର ଓ ଆଥଲେଟିକ ଆସୋସିଏସନ ସମ୍ପାଦକ ଖେଳ ମଣିଷ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ଗଣେଶ୍ୱର ସାହୁ, ଅଭୟ ପଟ୍ଟନାୟକ, ରଙ୍ଗଣିପାଟଣା ସରପଞ୍ଚ ସସ୍ମିତା ପାତ୍ର, କୋରପିଠା ସମାଜସେବୀ ପବିତ୍ର କୁମାର ସାହୁ, ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ନିଲାଞ୍ଜନ ଦାସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ବର୍ଷା ଋତୁରେ ଆଖିର ଯତ୍ନ ବିଷୟରେ ଉପସ୍ଥିତ ଶିବିରାର୍ଥିଙ୍କୁ ପରାମର୍ଶ ଦେଇଥିଲେ। ଅପ୍ଟୋମେଟିଭ୍ ଟେକେନସିଆନ ବିଷ୍ଣୁପ୍ରିୟା ଦଳେଇ ଏବଂ ଶିବିର ପରିଚାଳକ ଦୁର୍ଗାପ୍ରସାଦ ସେଠ୍ ଶିବିରାର୍ଥିଙ୍କ ଚକ୍ଷୁ ପରୀକ୍ଷା କରି ଔଷଧ ବିତରଣ କରିବା ସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ। ପ୍ରଭାତ ମହାପାତ୍ର, ସ୍ନେହଲତା ସାହୁଙ୍କ ସହିତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.