ସୋହେଲା :-ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ସୋହେଲା ବ୍ଲକର ସୋହେଲା ଶ୍ରୀ ରାମ କଲେଜ ରେ ଯୁବା ମେରେ ଭାରତ” ତତ୍ତ୍ବାବଧାନରେ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଇ ମେରା ୟୁବା ଭାରତ ଜିଲ୍ଲା ଯୁବ ଅଧି କାରୀ କମଲ ସା, କଲେଜ ପରିଚାଳକ ଗିର୍ଜେଶ ଖେଣ୍ଡଗା, କଲେଜ ଅଧ୍ୟାକ୍ଷ ନିଳାଞ୍ଚଳ ପ୍ରଧାନ, ଅଧ୍ୟାପକ ବାଦଲ ପ୍ରଧାନ,ରଙ୍କିତା ସିଦାର,ମିତାଞ୍ଜଳି ପାଣିଗ୍ରାହୀ, ଶାଲନି ପଧାନ,ବାବଳୁ ରଣା ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥୂଲା ଜନସଂଖ୍ୟା ନିୟନ୍ତ୍ରଣ । ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଦେବା। ଏହି ଅବସର ରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ଯମ ରେ ଜନସଂଖ୍ୟା ନିୟନ୍ତ୍ରଣର ମହତ୍ୱକୁ ଉଜାଗର କରିଥିଲେ । କମଲ ସା ମେରା ୟୁବା ଭାରତ ତରଫରୁ ଯୁବକ ମାନଙ୍କର ଭୂମିକା ଏବଂ ସାମାଜିକ ଦାୟିତ୍ବଉପରେ ଗୁରୁତ୍ବ ଦେଇଥିଲେ। ଅଧ୍ଯକ୍ଷ ଗିର୍ଜେଶ ଖେଣ୍ଡଗା ଜନସଂଖ୍ୟା ନିୟନ୍ତ୍ରଣକୁ ସ୍ଥାୟୀ ବିକାଶର ଆଧାର ବୋଲି ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଏହି ଦିଗରେ ସକ୍ରିୟ ଭାଗୀଦାରୀ ପାଇଁ ଉତ୍ସାହିତ କରିଥିଲେ। କଲେଜ ପ୍ରକାଶ ଜନସଂଖ୍ୟା ନିୟନ୍ତ୍ରଣର ସାମାଜିକ ଏ ଅଧ୍ଯକ୍ଷ ଏବଂ ଅଧ୍ୟାପକ ବାଦଲ ପ୍ରଧାନ ମଧ୍ଯ ନିଜର ମତ କରି ଏବଂ ଅର୍ଥନୈତିକ ପାର୍ଶ୍ବ ଉପରେ ଆଲୋକ ପାତ କରିଥିଲେ କାର୍ଯ୍ୟକ୍ରମର ସଂଚାଳନ ଅତ୍ୟନ୍ତ କୁଶଳତା ର ସହିତ କରାଯାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି ଆୟୋଜନ କେବଳ ସଚେତନତା ସୃଷ୍ଟି କରିନଥିଲା, ବରଂ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା।ଶ୍ରୀ ରାମ କଲେଜ ଏବଂ ମେରା ୟୁବା ଭାରତର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାଜରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନତା ଓ ପ୍ରେରଣା ସଞ୍ଚାର କରିବାରେ ସଫଳ ହୋଇଛି।
Sign in
Sign in
Recover your password.
A password will be e-mailed to you.