ଜଗତସିଂହପୁର ତା.11.07.2025 ସୁମନ୍ତ କୁମାର ଦାସ: ଜନ ସଂଖ୍ୟା କୌଣସି ଦେଶର ପରିସମ୍ପତି ବୋଲି ବିବେଚନା କରାଯାଏ I କିନ୍ତୁ ଏହି ଜନସଂଖ୍ୟା ଏକ ନିର୍ଦ୍ଧିଷ୍ଟ ସୀମା ଅତିକ୍ରମ କରିଗଲେ ତାହା ସେହି ଦେଶ ପାଇଁ ବୋଝ ହୋଇଥାଏ I 1987 ମସିହାରେ ବିଶ୍ୱର ଜନସଂଖ୍ୟା 500 କୋଟିରେ ପହଂଚିବା ପରେ ମିଳିତ ଜାତିସଙ୍ଘର ନିଷ୍ପତି ଅନୁଯାୟୀ 1989 ଜୁଲାଇ 11 ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଆସୁଅଛି ବୋଲି ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାର ଠାରେ ବିଶ୍ୱ ଜନ ସଂଖ୍ୟା ଦିବସ ପାଳନ ଅବସରରେ ଯୋଗଦେଇ ଅତିଥିମାନେ ଏହି ମତପୋଷଣ କରିଛନ୍ତି I ପାଠାଗାରର ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ତଥା ଅବସରପ୍ରାପ୍ତ ଅର୍ଥନୀତି ବିଭାଗର ଅଧ୍ୟାପକ ହିମାଣୁ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଚଳିତ ବର୍ଷର ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେବାସହ ଲିଙ୍ଗଗତ ସମାନତା, ପରିବାର ନିୟୋଜନ ଓ ଜନ ସଚେତନତା ସୃଷ୍ଟି କରିବା ହେଉଛି ବିଶ୍ୱ ଜନ ସଂଖ୍ୟା ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ I ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଜନସଂଖ୍ୟା ବିସ୍ଫୋରଣର କାରଣ, ପରିଣାମ ଓ ନିରାକରଣ ସମ୍ପର୍କରେ ବିଷଦଭାବେ ଆଲୋଚନା କରିବା ସହିତ ଏ ଦିଗରେ ବ୍ୟାପକ ସଚେତନତା ଲୋଡ଼ା ବୋଲି ମତବ୍ୟକ୍ତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ସତ୍ୟବାଦୀ ଦାସ,ସତ୍ୟବାଦୀ ସାହୁ, ଶ୍ରୁତକିର୍ତ୍ତୀ ମିଶ୍ର, ପ୍ରତାପ ରାଉତରାୟ, ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ I ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post
ଉତ୍କଳ ଆଲୁମିନା ବାଫାଲିମାଳି ସିଏସଆର ତରଫରୁ ହାଲୁକା ମୋଟର ଯାନ ଚଳାଇବା ପାଇଁ ୨ୟ ପର୍ଯ୍ୟାୟ ଶିବିର ଶୁଭାରମ୍ଭ
Next Post