ଖବର ପ୍ରକାଶିତ ପରେ ତରବରିଆ ହୋଇ ଗଛ କାଟିଲେ ବିଦ୍ୟୁତ ବିଭାଗ

2

ଜମନକିରା ୧୧/୦୭(ଲିପନ ନାଏକ): ବିଗତ ଅନେକ ଦିନରୁ ଫାଶୀମାଲ ଗ୍ରୀଡ଼ ଡାକ୍ତରଖାନା ଛକ ରାସ୍ତାରେ ଏକ ଶୁଖିଲା ଗଛ ବିଦ୍ୟୁତ ତାର ଉପରେ ପଡିବା ଉପରେ ଥିବା ବେଳେ ଅଞ୍ଚଳବାସୀ ଅନେକ ଥର ବିପଦପୂର୍ଣ୍ଣ ଗଛ କୁ କାଟିବାକୁ କହୁଥିଲେ ମଧ୍ୟ ବିଭାଗ ଏହାର ଉପରେ କର୍ଣ୍ଣପାତ କରୁନଥିଲା l ଏହାକୁ ନେଇ ଶୁକ୍ରବାର “ଶାସକପ୍ରଶାସକ” ଚ୍ୟାନେଲ ରେ ଏହି ଖବର ପ୍ରକାଶିତ ହେବାପରେ ଆଜି ବିଦ୍ୟୁତ ବିଭାଗ ତରବରିଆ ହୋଇ ଉକ୍ତ ରାସ୍ତାଦେଇ ଯାଇଥିବା ତାର ଉପରୁ ଶୁଖିଲା ଗଛକୁ କାଟିଛନ୍ତି l ଏହାକୁ ନେଇ ଅଞ୍ଚଳବାସୀ “ଶାସକପ୍ରଶାସକ” ଚ୍ୟାନେଲ କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଏହିପରି ଭାବରେ ଖାମଖିଆଲି ନୀତି ନ କରିବାକୁ ଖବର ମାଧ୍ୟମରେ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.