ଜମନକିରା ୧୦/୦୭ (ଲିପନ ନାଏକ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ଛକ ରେ ଏକ ଖୋଲା ବିଦ୍ୟୁତ ତାର ଉପରେ ଏକ ଶୁଖିଲା ଗଛ ପଡିବା ଅବସ୍ଥା ରେ ଝୁଲି ରହିଛି, ଯଦି ଗଛ ଟି ବିଦ୍ୟୁତ ତାର ଉପରେ ପଡେ ତାହେଲେ ଫାଶୀମାଲ ଲାଇଡା ମୁଖ୍ୟ ରାସ୍ତା ଉପରେ ପଡିବ ଯା ଫଳରେ ରାସ୍ତା ରେ ଯାଉଥିବା ଲୋକଙ୍କୁ ବିପଦ ସୃଷ୍ଟି କରିବ, ସବୁ ଠୁ ବଡ କଥା ହେଲା ବିଦ୍ୟୁତ ବିଭାଗ ର କର୍ମଚାରୀ ସେଇ ଗଛ ଏବଂ ତାର ଠୁ ମାତ୍ର ୩୦ ମିଟର ଦୂରରେ ଅଫିସ ଗୃହ କରି ରହୁଛନ୍ତି, ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ଗଛ ଟି ନଇଁ ତାର ପାଖରୁ ମାତ୍ର ଏକ ଫୁଟ ଉପରେ ଅଛି,ପାଖରେ ଥିବା କର୍ମଚାରୀ ଙ୍କୁ ଦୀର୍ଘ ଆଠ ଦିନ ହେଲା ଅଭିଯୋଗ କଲେ ବି କେହି କର୍ଣ୍ଣପାତ କରୁନ ଥିବା ଅଭିଯୋଗ ହେଉଛି,
ବିଦ୍ୟୁତ ବିଭାଗ ଗୁରୁତର ସହିତ ନେବା ନେଇ ବିଦ୍ୟୁତ ସଂଲଗ୍ନ ବିଚ୍ଛେଦ କରି ଗଛ ଟିକୁ କାଟି ଦେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ଚାଲିଛି l
Sign in
Sign in
Recover your password.
A password will be e-mailed to you.