ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ

2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ସ୍ଥିତ ବଡ ରାଧାକାନ୍ତ ମଠ ନିକଟରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ହାଇଟେକ ଗ୍ରୁପ୍ ର ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ ଏବଂ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ଦ୍ବାରା ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।
ଏଥିରେ ୧୦୮ ବ୍ରାହ୍ମଣ ଦେବତା ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ଏହାଛଡା ସହରର ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଏଥିରେ ଯୋଗଦାନ କରିଥିଲେ। ଡ଼ଃ.ପାଣିଗ୍ରାହୀ ଏବଂ ମାନ୍ୟବର ବିଧାୟକଙ୍କର ଏହିଭଳି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ଅତିଥି ମାନେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ଗୁରୁ ପୂର୍ଣ୍ଣିମା ଏକ ବିଶେଷ ଉତ୍ସବ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଏହିପରି ସେ ଆୟୋଜନ କରନ୍ତି।
ସ୍ଥାନୀୟ ହଜାର ହଜାର ଜଗନ୍ନାଥ ଭକ୍ତଙ୍କ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.