ରାଉରକେଲା,(ବସନ୍ତ କୁମାର ଜେନା): ଭାରତ ବିକାଶ ପରିଷଦ, ରାଉରକେଲା ଶାଖା ର ପ୍ରତିଷ୍ଠା ଦିବସ ସେକ୍ଟର ୨୧ ସ୍ଥିତ ଉତ୍ତମ ବସ୍ତି ଠାରେ ପାଳିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବନ୍ଦିତା ମାହାତୋ ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଞ୍ଜାବ ଅହମ୍ମଦଗଡ ର ରାଜେନ୍ଦ୍ର ଗୋୟଲ ସସ୍ତ୍ରିକ ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ରାଜୀବ ଜୈନ ଙ୍କ ୨୫ ତମ ବିବାହ ବାର୍ଷିକୀ ଉପଲକ୍ଷେ ବସ୍ତିରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍, ଖାତା ଓ କଲମ ଦିଆଯିବା ସଙ୍ଗେ ସଙ୍ଗେ ୫୦ ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବନ୍ଦୋବସ୍ତ କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ଶ୍ରୀମତୀ ମାହାତୋ ଅତିଥି ଓ ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ସଭାପତି ଶ୍ରୀ କକ୍କଡ ସଭାପତିତ୍ବ ଅଭିଭାଷଣ ସହ ଆଜିର ଦିନରେ ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିବା ବେଳେ ସାମାଜିକ ପ୍ରତିବଦ୍ଧତା ପାଇଁ ଏହା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅସୀମ ଗୁପ୍ତା, ସ୍ବୀକୃତି ଶୁକ୍ଳା, ଅନୁପମ ଗୁପ୍ତା, ପ୍ରଦୀପ ପଟ୍ଟନାୟକ, ଶିବପ୍ରସାଦ ତ୍ରିପାଠୀ,ରବି ଦାସ,ଅଞ୍ଜୁ କକ୍କଡ, ପ୍ରାଞ୍ଜଳୀ ନାଗ ସହ ଉତ୍ତମ ବସ୍ତି ର ସମାଜସେବୀ ଧନଞ୍ଜୟ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.