ଚିଲିକା:(ସେକ କୌସ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଉଛି l ଖୋର୍ଦ୍ଧା ଚିଲିକା ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏଂବ ଯାତ୍ରୀବାହୀ ଯାନ ଚଳାଚଳ ଅନେକ ସମସ୍ୟା ଦେଖା ଦେଇଛି । ନା ନା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଯାତ୍ରୀ l ସମଗ୍ର ଓଡିଶା ରେ ଷ୍ଟିରିଙ୍ଗ ବନ୍ଦ ଆନ୍ଦୋଳନ ହେଉଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି l ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି l ୭ଗୋଟି ଦାବି ନେଇ ଆନ୍ଦୋଳନ ତେଜିଛି ଯଥା ୧. ଓଡିଶା ମୋଟର ଟ୍ରାନ୍ସଫର ଡ୍ରାଇଭର ଏଂବ ୱାରକର ୱେଲଫୋର ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ,୨.ଜନ ସାଧାରଣଙ୍କ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଇଭର ମାନଙ୍କର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ, ୩.ବୃତ୍ତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ଏକ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ, ୪. ଗାଡି ଗୁଡିକ ପାର୍କିଂଏଂବ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାର ଏଂବ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କି. ମି ଅନ୍ତରରେ କରାଯାଉ, ୫.ଓଡିଶା ରେ ଥିବା ପ୍ରତ୍ୟକ ଖଣି ଖାଦନ ଗୁଡିକରେ ଶତକଡା ୭୦ ଭାଗ ଓଡିଶା ର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ, ୬. ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ l ଏହି ଦାବି କୁ ନେଇ ଆନ୍ଦୋଳନ କରାଯାଇଛି ବୋଲି ଚିଲିକା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ । ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ଚିଲିକା ବ୍ଳକ୍ ଜିଲ୍ଲା ଖୋର୍ଦ୍ଧା ସଭାପତୀ ଅକ୧୬ ନଂ ଜାତୀୟ ରାଜପଥ କଡ଼ରେ ସାମିଲ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.