ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଠାରେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଦୁଇ ଯୁବକ ବନ୍ଧା ହେବା ଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି । ବିଜେପୁର ଗାଁର ଜଣେ ଯୁବକ ଆଶିଷ ମେହେର (୨୯) ଏକ ବିଲରୁ କଇଁଛଟିଏ ପାଇଥିଲେ । ଏହାପରେ ସାଥୀ ଅବିନାଶ ବଗର୍ତ୍ତୀ(୨୫)ଙ୍କ ସହିତ ରଙ୍ଗ ତୁଳୀ ସାହାଯ୍ୟରେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଅଙ୍କନ କରି ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ କଇଁଛକୁ ଯୁବକ ପାଣିରେ ଛାଡ଼ି ଦେଇଥିବା ଜଣାଯାଇଛି। ବନ୍ୟପ୍ରାଣୀ ଆଇନ ଉଲଂଘନ କରି ରିଲ୍ସକରି ଫେସବୁକରେ ପୋଷ୍ଟ କରିଥିବାରୁ ଉଭୟ ଯୁବକଙ୍କ ବିରୋଧରେ ମାମଲା ରୁଜୁହୋଇଛି I ବନ ବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି lବୋଲି ବରଗଡ଼ ଡିଏଫଓ ବିକ୍ରମ ଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି । ବନ ବିଭାଗ ରେଞ୍ଜର ବିଜୟ ଲକ୍ଷ୍ମୀ ପଟେଲଙ୍କ ତତ୍ତ୍ୱାବଧାନରେ ଏସି ଏଫ ଡ. ହରମୋହନ ରଥ, ଫରେଷ୍ଟର ଚିନ୍ମୟ ପ୍ରଧାନ ପ୍ରମୁଖଙ୍କ ସମେତ ବନ ବିଭାଗ କର୍ମଚାରୀ ମାନେ ଚଢ଼ଉରେ ସାମିଲ ହୋଇଥିଲେ। ଏ ନେଇ କାର୍ଯ୍ୟାଳୟରେ ମାମଲା ରୁକୁ ହୋଇଥିବାର ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post