ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରି ପ୍ରତାରିତ ହେବା ପରେ ପୁଣି ଥରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ I ଆଜି ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ବେଲଗୁଣ୍ଠା ଡ୍ରାଇଭର ମହାସଂଘ ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ କରି ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଇଛି। ଆଜି ୬ ଦଫା ଦାବିରେ ଏହି ଅନ୍ଦୋଳନ ଡାକରା ଦିଆଯାଇ ଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ୪୫୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ତନରଡା ସ୍ଥିତ ଓଡ଼ିଶା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଡ଼୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ମୁଖ୍ୟତଃ ଅଟୋ ଡ଼୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ବୋର୍ଡରେ ସାମିଲ, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା ଓ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି କରିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ ସଂଘ ତରଫରୁ କୁହାଯାଇଛି।ବେଲଗୁଣ୍ଠା ଡ୍ରାଇଭର ମହାସଙ୍ଘ ସଭାପତି ମଧୁସୂଦନ ଜେନାଙ୍କ ନେତୃତ୍ୱରେ ବେଲଗୁଣ୍ଠାରେ ଚାଲିଥିବା ଆନ୍ଦୋଳନକୁ ଉପସଭାପତି ସନ୍ତୋଷ କୁମାର ଡାକୁଆ, ଆଡମିନ ପ୍ରସନ୍ନ କୁମାର ବିଷୋୟୀ, କୋଷାଧ୍ୟକ୍ଷ ବୁଲୁ ବିଷୋୟୀ, ସମ୍ପାଦକ ଚିନ୍ତାମଣି ବିଷୋୟୀ, ସହସମ୍ପାଦକ ଭିକାରୀ ନାୟକ, ଉପଦେଷ୍ଟା ଉତ୍ତମ କୁମାର ସ୍ୱାଇଁ ଏହାକୁ ପରିଚାଳନା କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post