ବିଭିନ୍ନ ସ୍ଥାନରେ ୭୬ ତମ ବନମହୋତ୍ସବ ପାଳିତ

3

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ -, ଆଜି ବନ ମହୋତ୍ସବ ସପ୍ତାହର ଅନ୍ତିମ ଦିବସ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ପାଇଲିପଡ଼ା ସ୍ଥିତ ବସୁନ୍ଧରା ପବ୍ଳିକ୍ ସ୍କୁଲ୍ ପରିସରରେ ଅନୁଷ୍ଠାନର ସଭାପତି ବିଶ୍ଵନାଥ ତ୍ରିପାଠୀଙ୍କ ସଭାପତିତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଗାଙ୍ଗପୁର ବନପାଳ ମିତା ପୋଲାଇ, ବସୁନ୍ଧରା ପବ୍ଲିକ୍ ସ୍କୁଲ୍ ଉପସଭାପତି ଅରୁଣ କୁମାର ରଣା,ଅନୁଷ୍ଠାନ ସମ୍ପାଦକ ତଥା ବସୁନ୍ଧରା ସେବା ସଦନ ଅଧ୍ୟକ୍ଷ ଭକ୍ତରାମ ଦାସ,ଅନୁଷ୍ଠାନ ଉପଦେଷ୍ଟା ପ୍ରକାଶ ବିଶ୍ୱାଳ, ବାଳକୃଷ୍ଣ ସାବତ,ପ୍ରଧାନ ଶିକ୍ଷକ ବାଦଲ କୁମାର ସ୍ୱାଇଁ, ସମାଜସେବୀ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I

ସେହିପରି କ୍ଷତ୍ରିୟବରପୁର ସ୍ଥିତ ପିଏମ୍ ଶ୍ରୀ ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଗାଙ୍ଗପୁର ବନପାଳ ମିତା ପୋଲାଇ, ବନରକ୍ଷୀ ବୁଲୁ ନାୟକ,ଅନ୍ୟ ବନ କର୍ମଚାରୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏନସିସି,ଇକୋ କ୍ଲବ୍ ଏବଂ ଅନ୍ୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅଶୋକ,କରଞ୍ଜ,ବଉଳ, ଅଁଳା,, କାଞ୍ଚନ ଭଳି ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା I ଏନସିସି ଶିକ୍ଷକଙ୍କ ପ୍ରସ୍ତାବ କ୍ରମେ ଆଗାମୀ ଦିନରେ ବିଦ୍ୟାଳୟ ଖେଳ ପଡ଼ିଆ ଚତୁଃପାର୍ଶ୍ୱରେ ତାଳ ମଞ୍ଜି ରୋପଣ କରାଯିବ I ବନପାଳ ଶ୍ରୀମତୀ ପୋଲାଇ ଏହି ମଞ୍ଜି ଯୋଗାଇ ଦେବେ ବୋଲି ପ୍ରତିଶୃ୍ତି ଦେଇଥିଲେ I
ବ୍ଳକ୍ ର ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ମଧ୍ୟ ଆଜି ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପରିଚାଳନା ସଂସ୍ଥାନ ଅଣୁ ଯୋଜନା ଓ ଜୀବନ ଜୀବିକା ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ଗାଙ୍ଗପୁର ବନପାଳ ମିତା ପୋଲାଇ,ବନରକ୍ଷୀ ବୁଲୁ ନାୟକ, ପିଙ୍କିନା ସାହୁ,ସିଆରସିସି ଛାୟାକାନ୍ତ ମହାପାତ୍ର, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମାଆଙ୍କ ନାମରେ
ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହିତ ନିଜ ଜନ୍ମ ଦିନରେ ଗଛ ଲଗାଇବା ସହିତ ଗଛର କିପରି ଯତ୍ନ ନେବା ସେ ବିଷୟରେ କହିଥିଲେ I

କ୍ଷତ୍ରିୟବରପୁର ସ୍ଥିତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୬ ତମ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମାନେ ଉପସ୍ଥିତ ଥିବା ବେଳେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ, ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ , ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି ଚାରା ରୋପଣ କରିଥିଲେ I

ସେହିପରି ତନରଡା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୂଳରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜଗନ୍ନାଥପ୍ରସାଦ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ସୁଜାତା କୁମାରୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ ଯୋଗ ଦେଇଥିଲେ I ଇକୋକ୍ଳବ୍ ଶିକ୍ଷକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ୫୦ ଟି ଚାରା ରୋପଣ କରିଥିଲେ I

Leave A Reply

Your email address will not be published.