କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳରେ ବନ ମହୋତ୍ସବ ସପ୍ତାହ ର ସପ୍ତମ ଦିବସ

3

ବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ): ଆଦ୍ୟ ତା.୦୭.୦୭.୨୦୨୫ ରିଖ ସୋମବାର ର ସକାଳ ୧୦.ଘଣ୍ଟା ରୁ ଅପରାହ୍ନ ୪.୦୦ ଘଣ୍ଟା ସମୟରେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ଙ୍କ ତତ୍ୱାବଧାନର ରେ ବନ ମହୋତ୍ସବ ସପ୍ତାହ ର ସପ୍ତମ ଦିବସ କାର୍ଯକ୍ରମ ସ୍ଥାନୀୟ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ ବନରକ୍ଷୀ ଶ୍ରୀମତୀ ରାଜଲକ୍ଷ୍ମୀ ପଧନ ଙ୍କ ନେତୃତ୍ୱରେକଶୃପଡ଼ା ସେକ୍ସନ ଅନ୍ତର୍ଗତ ନୁନମାଠ, କପିଲେଶ୍ୱର୍ ଉଚ୍ଚ ବିଦ୍ୟାଲୟ କନ୍ତେଶିର,ଏବଂ କିନେରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଠାରେ ପୃଥକ୍ ପୃଥକ୍ ଭାବରେ ତିନି ଗୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ କପିଳେଶ୍ୱର ଉଚ୍ଚବିଦ୍ୟାଳୟ କନ୍ତେଶିର ଠାରେ ବନାଞ୍ଚଳ ଅଧିକାରିଣୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କେସିଙ୍ଗା ପ୍ରଧାନ ଶିକ୍ଷକ ସମୀର କୁମାର ବେହେରା ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବାଲସି ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ପ୍ରଧାନ ଶିକ୍ଷକ ଓ କପିଲେଶ୍ୱର୍ ଉଚ୍ଚବିଦ୍ୟାଳୟ ପ୍ରଧାନ ସିଖୟକ୍ ଶ୍ରୀଯୁକ୍ତ ସୁଶିଲ କୁମାର ବିଶି ECO club incharge, ଏବଂ ବିଦ୍ୟାଳୟ ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ ହୋଇଥିଲା।ଉକ୍ତ କାର୍ଯୟକ୍ରମରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ହୃଦବୋଧ କରାଇ “ମାଆ ପାଇଁ ଗଛଟିଏ , ଶିଶୁ ପାଇଁ ଗଛଟିଏ”।। ଲଗାଇବା ପାଇଁ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା । କାର୍ଯକ୍ରମ ଟି ର ପ୍ରଭାବ ସ୍ଥାନୀୟ ଅଞ୍ଚଲରେ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇବା ସହିତ ପରିବେଶ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଗଲା । ଉକ୍ତ ଉଭୟ କାର୍ଯ୍ୟକ୍ରମ ପରେ ବିଦ୍ୟାଳୟରେ ଅଧିକ ଗଛ ଲଗାଇବା ପାଇଁ ବନବିଭାଗ ସହୋଯୋଗ କାମନା କରିଥିଲେ।

Leave A Reply

Your email address will not be published.