ବିଜେପୁର:-ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବନହୋତ୍ସବ ଓ ସହରାଞ୍ଚଳ ବନୀକରଣ ଅଭିଯାନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ ଠାରେ ଆୟୋଜିତ ହୋଇଥିଲା।ବର୍ତ୍ତମାନର ପରିବେଶ ଅସନ୍ତୁଳନ ଆଗକୁ ବିସ୍ଫୋଟକ ରୂପ ନେବାକୁ ଯାଉଥିବା ବେଳେ ଏହାକୁ ଲକ୍ଷ୍ୟରଖି ଆଗାମୀ ପିଢ଼ିର ମଙ୍ଗଳ କାମନା ସ୍ଵରୂପ ଗଛଲଗାଇବା ଓ ତାର ରକ୍ଷଣା ବେକ୍ଷଣ କରିବାକୁ ଆଗେଇ ଆସିଛନ୍ତି। ଗ୍ଲୋବାଲ ୱାର୍ମି କଥା ଶୁଣିଲେ ସଚେତନ ନାଗରିକଙ୍କ ମନରେଛନକା ପଶିବା ସ୍ଵାଭାବିକ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଲାଗିପଡିବା ଉଚିତ ବୋଲି ସମସ୍ତ ଭବିଷ୍ୟତ ସଚେତନ ନାଗରିକଙ୍କ ମତ ପରିବେଶର ସୁରକ୍ଷା କରାନଗଲେ ଆଗାମୀ ଦିନରେ ସମସ୍ତ ଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ I ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତିଆ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ଗଡତିଆ ବୃକ୍ଷ ରୋପଣ କରିବା ସହ ଚାରାବଣ୍ଟନ କରିଥିଲେ।ଜିଲ୍ଲା ବନଖଣ୍ଡ ଅଧୂକାରୀ ବିକ୍ରମ ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ,ଜିଲ୍ଲା ପରିଷଦ ସଦସ୍ୟ ସୁଦାମ ସାହୁ, ସହକାରୀ ବନସଂରକ୍ଷକ ଡଃ ହରମୋହନ ରଥ, ଘେଁସ ରେଞ୍ଜର ବନ୍ୟାଞ୍ଚଳ ଅଧିକାରୀ ସୁଶ୍ରୀ ବିଜୟଲକ୍ଷ୍ମୀ ପଟେଲ ଯୋଗଦେଇଥିଲେ। ବିଭିନ୍ନ ଗାଁରୁ ଆସିଥିବା ଲୋକଙ୍କୁ ନିମ୍ବ,ଜାମୁ,ପିସ୍ତାବାଦାମ,କରଞ୍ଜ,ବାଲି ଶିଶୁ,ପାହାଡି ଶିଶୁ, ଅଶୋକ,ବଉଳ,ପଣସ,ଅଁଳା, ତେନ୍ତୁଳି,କାଞ୍ଚନ ଏଭଳି ବିଭିନ୍ନ କିସମ ଜାତୀୟ ଚାରା ବିତରଣ କରାଯାଇଥିଲା lଏଠାରେ ବନବିଭାଗ ପକ୍ଷରୁ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ, ଏଥିରେ ବିଭିନ୍ନ ପ୍ରକାରର ୧୦,୦୦୦ ଗଛ ଲଗାଯିବା ପାଇଁ ସ୍ତିରିକୃତ କରାଯାଇଥିବା ବେଳେ ସେଥି ମଧ୍ୟରୁ ଆଜି ବିଭିନ୍ନ ପ୍ରକାରର ପ୍ରାୟଃ ୧୦୦୦ ବୃକ୍ଷରୋପଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସମୟରେ ଅଞ୍ଚଳର ଜନସାଧାରଣଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିବାରୁ ଆଗାମୀ ଦିନରେ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗୁଆ ରହିବ ବୋଲି ଅନୁମାନ କରାଯାଉଛି ।ବିଜେପୁର ଫରେଷ୍ଟର ଚିନ୍ମୟ ପ୍ରଧାନ,ଉଦ୍ଧବ ପ୍ରଧାନ,ବନରକ୍ଷୀ ନରେଶ ମେହେର ଓ ଲୋକେଶ୍ବର ବୁଡେକ ପ୍ରମୁଖ ଘେଁସରେଞ୍ଜ ର କର୍ମଚାରୀ ଗଣ ସହଯୋଗ କରିଥିଲେ।କୁର୍କୁଟା ହାଇସ୍କୁଲର ଖେଳ ଶିକ୍ଷକ ଦଶରଥ ଗଡତିଆଙ୍କ ତତ୍ବାବଧାନରେ ଛାତ୍ରଛାତ୍ରୀ ଗଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.