-(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ) ଆଷାଢ଼ ଶୁକ୍ଳ ପକ୍ଷ ହରିଶୟନ ବଡ ଏକାଦଶୀ ତଥା ଶ୍ରୀ ଜୀଉମାନଙ୍କର ସୁନା ବେଶ ଅବସରରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ସମୂହ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଆଜିର ଏ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ ସାଂସ୍କୃତିକ ସଂଧ୍ୟା ଭଜନ ରେ ହଜାର ହଜାର ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାର ପରିଲକ୍ଷିତ ହୋଇଥିଲା ବୋଲି ଜଣାପଡିଛି |ବର୍ଷା ପାଗ ଥିଲେ ମଧ୍ୟ ଠାକୁରଙ୍କ କରୁଣା ରୁ ବର୍ଷା ଧିମେଇ ଯାଇଥିବା ବେଳେ ସେପଟେ ଭକ୍ତମାନେ ଭଜନ ସମାରୋହ କାର୍ଯ୍ୟକ୍ରମ କୁ ଉପଭୋଗ କରୁଥିଲେ । ଆଜିର ଏ ଆୟୋଜନ ରେ ସାମିଲ୍ ଥିଲେ, ମନ୍ଦିର ସମୂହ କାର୍ଯ୍ୟାଳୟ ର ମୁଖ୍ୟ ପୁରୋଧା ତଥା ସ୍ଥାନୀୟ ଖଲ୍ଲିକୋଟ
ତହସିଲଦାର ଡି.ମାଲେଶ୍ଵର ପାତ୍ର, ଖଲ୍ଲିକୋଟଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ପ୍ରଧାନ, ରାଜସ୍ବ ନୀରିକ୍ଷକ ମୀନକେତନ ଶବର,ବରିଷ୍ଠ ଆଇନ୍ ଜୀଵି ସୁଧାଂଶୁ ଶେଖର ସାହୁ, ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଥିବା ବେଳେ
ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଶରତ ଚନ୍ଦ୍ର ଗୋୖଡ, ସନ୍ତୋଷ କୁମାର ପାଳ, ଶଙ୍କର ପ୍ରସାଦ ନାହାକ, ପଞ୍ଚାନନ ସୁର ଓ ଖଲ୍ଲିକୋଟ ର ଜ୍ଞାନୀ ଗୁଣୀ ମାନେ ଥିଲେ। ଆଜିର ଏ ମଞ୍ଚାସିନ ଗାୟକ ଗାୟିକା ମାନେ ପାରଳାଖେମୁଣ୍ଡି ଗୁରୁ ଶ୍ରୀ ରଘୁନାଥ ପାତ୍ର ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ବୋଲି ଜଣାପଡିଛି। ଏମାନେ ହେଉଛନ୍ତି ଡଃ ଚନ୍ଦନଗନ୍ତାୟତ, ଅଞ୍ଜଳି ପାତ୍ର, ଆଶୁତୋଷ ମିଶ୍ର, ଶର୍ମିଲା ସାମନ୍ତରା, ଅମୃତା ପୁରୋହିତ।
Sign in
Sign in
Recover your password.
A password will be e-mailed to you.
Next Post