ନମସ୍ୟ ପୁରୁଷ ପୁରୋଷୋତ୍ତମ ଉନ୍ମୋଚିତ

3

ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତର ବରିଷ୍ଠ ଶିକ୍ଷାବିତ୍, ସୁସଂଗଠକ ତଥା ଅନୁଷ୍ଠାନପ୍ରେମୀ ସମାଜସେବୀ ପୁରୋଷୋତ୍ତମ ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ସେବାନିବୃତ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତିସଭାର ବରିଷ୍ଠ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ଦାସ,ବାବାଜୀ ଚରଣ ସାମଲ,ଚନ୍ଦ୍ରକାନ୍ତ ନାୟକ, ବିଷ୍ଣୁଚରଣ ସାହୁ ପ୍ରମୁଖ ଯୋଗ ଦେଇ ପୁରୁଷୋତ୍ତମଙ୍କ ଗାଆଁ ସଂସ୍କୃତିକୁ ଉଜ୍ଜୀବିତ ରଖିବା ତଥା ଶିକ୍ଷାନୁଷ୍ଠାନ ଗଢିବାର ନିଶା ଓ ସାମାଜିକ ପ୍ରତିବଦ୍ଧତା ଉପରେ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ସ୍ମୃତି ସମ୍ବଳିତ ସ୍ମରଣିକା ନମସ୍ୟ ପୁରୁଷ ପୁରୋଷୋତ୍ତମ ଅତିଥିମାନେ ଲୋକାର୍ପଣ କରିଥିଲେ।ଏଥିରେ ସଦାନନ୍ଦ ପାଣିଗ୍ରାହୀ,ବରିଷ୍ଠ ଆଇନଜିବୀ ରବିନ୍ ମୋହନ ଜେନା,ଚିନ୍ତାମଣି ବଳ,ମନୋରଞ୍ଜନ ନାୟକ,ଉମାକାନ୍ତ ମଲ୍ଲିକ ଓ ମିନାକ୍ଷୀ ନାୟକ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ମଣିଷପଣିଆ,ପରୋପକାର ଓ ତାଙ୍କ ଜ୍ଞାନଗାରିମାକୁ ବଖାଣିଥିଲେ। ବାଇଚଢେଇର ସମ୍ପାଦକ ବିକାଶ କୁମାର ଶତପଥୀ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସଞ୍ଚାଳନ କରିଥିବା ବେଳେ ଶାନ୍ତନୁ କୁମାର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.