ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବାହୁଡ଼ାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । କୁରାଳ ଦଧିବାମନ ଜିଉଙ୍କ ରଥକୁ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସେହିପରି ରଙ୍ଗଣିପାଟଣାରେ ଗୈ।ରହରୀ ପାଣିଗ୍ରାହୀ ଛେରାପହଁରା କରିଥିଲେ । ଏତଦବ୍ୟତୀତ କୋମଣ୍ଡରେ ଡଙ୍କନାସନ (ଦଧିବାମନ), କୋରପିଠା, ଗୈ।ଡପୁଟ, ନନ୍ଦିଘୋର, ପଞ୍ଚରିଡା, ସାକେରୀ ଦଧିବାମନଙ୍କ ବାହୁଡ଼ା ଯାତ୍ରାରେ ରଥ ସନ୍ଧ୍ୟା ସୁଧା ମନ୍ଦିର ନିକଟରେ ପହଞ୍ଚିଥିଲା । ବହୁସଂଖ୍ୟାରେ ଦର୍ଶନାର୍ଥୀ ପ୍ରଭୁଙ୍କର ଦର୍ଶନ କରିଥିଲେ । ଓଡ଼ଗାଁ ରାଧାକାନ୍ତ ଜିଉ ମଠରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ଶୋଭାଯାତ୍ରାରେ ଗୁଣ୍ଡିଚା ବେଦିରୁ ପହଣ୍ଡି କରି ରଥାରୁଢ଼ ହୋଇ ଜନ୍ମବେଦି ନିକଟରେ ପହଞ୍ଚିଥିଲେ। ପ୍ରତ୍ୟେକ ସ୍ଥାନରେ ଠାକୁର ଶନିବାର ଏବଂ ରବିବାର ହରିଶୟନ ଏକାଦଶୀ ପାଳନ ପରେ ସୋମବାର ରତ୍ନ ସିଙ୍ଘାସନକୁ ଆରୋହଣ କରିବେ । ଓଡ଼ଗାଁ ଥାନା ସବ ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନକୁ ଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବା ବେଳେ ସୁରୁଖୁରୁରେ ବାହୁଡ଼ାଯାତ୍ରା ସମ୍ପାଦିତ ହୋଇଥିଲା । ତେବେ ଓଡ଼ଗାଁ ବିଜୟ ମଣ୍ଡପ ସାହିର କୁନି ରଥ ବିଶେଷ ଆକର୍ଷଣୀୟ ହୋଇଥିବା ବେଳେ ଆଧ୍ୟାତ୍ମିକ ଭାବ ସମାଜରୁ ଦୁରେଇ ଜିବା ବେଳେ ଛୋଟ ଛୋଟ ପିଲାମାନଙ୍କ ଉଦ୍ୟମକୁ ସାହି ବାଲାଙ୍କ ସହିତ ଦର୍ଶନାର୍ଥୀ ମାନେ ଭୁରି ଭୁରି ପ୍ରଶଂସା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post