ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ ଛକ ଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଫଳରେ ସ୍ଥାନୀୟ ଅଧିବାସୀ ସ୍ୱଳ୍ପ ମୂଲ୍ୟରେ ଔଷଧ ପାଇପାରିବେ । ବିଶେଷ କରି ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ, ମଧୁମେହ, ଭୂତାଣୁ ଜନିତ ରୋଗ ବହୁମାତ୍ରାରେ ବଢୁଥିବାରୁ ରୋଗିଙ୍କ ସଂଖ୍ୟା ମଧ୍ୟ ବଢୁଛି । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ରୋଗରୁ ଉପଶମ ପାଇଁ ବ୍ୟବହାର କରୁଥିବା ଔଷଧ ଯେଉଁ ମୂଲ୍ୟ ଦେଇ ନେଉଥିଲେ ତାହା ବର୍ତ୍ତମାନ ଶତକଡା ୫୦ ରୁ ୭୦ କମରେ ପାଇବେ। ଫଳରେ ସେମାନେ ଙ୍କ ପାଇଁ ଜନ ଔଷଧି କେନ୍ଦ୍ର ମୃତ ସଂଞ୍ଜବନୀ ଭଳି ମନେହେଉଛି ବୋଲି ଶନିବାର ଅପରାହ୍ନରେ ଦୋକାନ ଉଦଘାଟନ ବେଳେ ଉପସ୍ଥିତ ଲୋକମାନେ ମତ ରଖିଥିଲେ । ସୂଚନା ଥାଉକି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଉକ୍ତ ଔଷଧ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏଠାରେ ବିକ୍ରି ହେବାକୁ ଥିବା ଜେନେରିକ ମେଡିସିନ ଠାରୁ କମ୍ ନୁହେଁ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ପ୍ରତ୍ୟେକ ସମୟରେ ଜନସାଧାରଣଙ୍କୁ ଏହାର ସୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରୋପାଇଟରଙ୍କ ତରଫରୁ ପ୍ରଶାନ୍ତ କୁମାର ସିଂ ସାମନ୍ତ କହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post