ଓଡ଼ଗାଁ,୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୦ମ ଶ୍ରେଣିର ୬ ଜଣ ଛାତ୍ରୀ ଭାରତ ସ୍କାଉଟ ଏବଂ ଗାଇଡ ସେବା ସଂସ୍ଥା ତରଫରୁ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି । ସେମାନେ ହେଲେ ଋତୁବାଳା ସାହୁ, ହରପ୍ରିୟା ବେହେରା, ଗାୟତ୍ରୀ ନାଏକ, ଶୁଶ୍ରୀ ସଂଙ୍ଗୀତା ନାଏକ, ମିତାଲି ପ୍ରଧାନ, ବିଷ୍ଣୁ ପ୍ରିୟା ପ୍ରଧାନ। ସୂଚନା ଥାଉକି ଚଳିତବର୍ଷ ଗତ ମାର୍ଚ୍ଚ ମାସରେ ଆରସି ହାଇସ୍କୁଲ ଖଣ୍ଡପଡା ଠାରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହି ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ରାଜ୍ୟପାଳଙ୍କ ଠାରୁ ପ୍ରଶଂସାପତ୍ର ମିଳିଥିଲା । ଗୁରୁବାର ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରଧାନ ଶିକ୍ଷୟତ୍ରୀ ରେଣୁବାଳା ମହାପାତ୍ର ସମସ୍ତ ୬ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ । ମାନବ ସେବା ମାଧବ ସେବା ମନ୍ତ୍ରରେ ଅଭିମନ୍ତ୍ରିତ ଶିକ୍ଷା ସେବା ଓ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପିଲାମାନଙ୍କ ସଫଳତା ଖବରପାଇ ସାମାଜିକ କର୍ମୀ ଗଜେନ୍ଦ୍ର ମହାରଣା ଏବଂ ସ୍ଥାନୀୟ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post