ଡମି ଚେକ୍ ମିଳିଥିଲା, ମିଳିନି ଅସଲି ଚେକ୍

3

ଶ୍ରେଷ୍ଠତା ପାଇଁ ୬ ପଞ୍ଚାୟତକୁ ୪ଲକ୍ଷ ଟଙ୍କାର ଡମି ଚେକ୍ ମିଳିଥିଲା, ୨ମାସ ୧୦ଦିନ ବିତିଲା ପରେ ମିଳିନି ଅସଲି ଚେକ୍

ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ,

ଓଡ଼ଗାଁ,୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ୨୪ ଅପ୍ରେଲ ୨୦୨୫ ତାରିଖରେ ପାଳନ ହୋଇଥିଲା । ଏହି ଅବସରରେ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତା ପାଇଁ ୬ ଗ୍ରାମ ପଞ୍ଚାୟତର ପ୍ରତିନିଧିମାନଙ୍କୁ ମଞ୍ଚରେ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ସହିତ ପ୍ରତ୍ୟେକଙ୍କୁ ୩ଲକ୍ଷ ୮୬ହଜାର ୪ଶହ ୭୩ ଟଙ୍କାର ଡମି ଚେକ୍ ପ୍ରଦାନ କରାଯାଇଥିଲା । ତେବେ ଇତି ମଧ୍ୟରେ ୨ମାସ ୧୦ଦିନ ବିତିଯାଇଥିଲେ ମଧ୍ୟ କୈାଣସି ପଞ୍ଚାୟତ ଜମା ଖାତାକୁ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହିଁ । ଏଭଳି ଅଭିଯୋଗ ସରପଞ୍ଚମାନେ କରିଛନ୍ତିି । ପ୍ରଶଂସା ପତ୍ର ସହିତ ଡମି ଚେକ୍ ପାଇଥିବା ପଞ୍ଚାୟତ ମାନେ ହେଲେ କୁରାଳ, ସୁନାମୁହିଁ, ମଗରବନ୍ଧ, ଗୋତିସାହି, ଶରଣକୁଳ, ରୋହିବାଙ୍କ । ମୂଳତଃ ଏହି ପଞ୍ଚାୟତ ମାନେ ନିଜସ୍ଵ ସମ୍ବଳରୁ ଆୟବୃଦ୍ଧି, ରାଜ୍ୟ ଏବଂ କେନ୍ଦ୍ର ଅର୍ଥ କମିଶନ ଅର୍ଥ ପରିଚାଳନା ତଥା ନିର୍ଦ୍ଧାରିତ ସମୟ ମଧ୍ୟରେ ପାଣ୍ଠିର ସୁବିନିଯୋଗ, ସ୍ବଚ୍ଛ ଭାରତ ମିଶନ, ସର୍ବୋପରି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତିରେ ନିରନ୍ତର ପ୍ରାୟାସ ଜାରି ରଖିଥିବାରୁ ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସମସ୍ତ ୬ ପଞ୍ଚାୟତକୁ ମୋଟ ୨୩ଲକ୍ଷ ୧୮ ହଜାର ୮ଶହ ୩୮ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଘୋଷଣା ହୋଇଥିଲା । ଉକ୍ତ ଅର୍ଥରାଶି ରାଜ୍ୟ ଅର୍ଥ କମିଶନଙ୍କ କାର୍ଯ୍ୟାଳୟରୁ ସିଧାସଳଖ ପଞ୍ଚାୟତ ଜମା ଖାତାକୁ ଆସି ଜମା ହେବା ପରେ ସମ୍ପୃକ୍ତ ପଞ୍ଚାୟତ ମାନଙ୍କର ବିକାଶ ନିମନ୍ତେ ବ୍ୟୟ ହେବା କଥା । ତେବେ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ଜାତୀୟ ପଞ୍ଚାୟତ ରାଜ ଦିବସରେ ଡମି ଚେକ୍ ପ୍ରଦାନ କରି ଭୁଲିଯାଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.