ଟିପର ଚକା ତଳେ ପଡି ଜଣେ ମୃତ, କ୍ଷତି ପୂରଣ ଦାବୀ ରେ ୫ ଘଣ୍ଟା ରାସ୍ତା ଉପରେ ପଡି ରହିଲା ଶବ

3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ଡାବୁଗାଁ ଦୈନିକ ବଜାର ବୋରିଗାଁ ରାସ୍ତା ଉପରେ ଏକ ଟ୍ରିପର ଚକା ତଳେ ପଡି ଜଣେ ମୃତ୍ୟୁ ବରଣ କରିଛି। ମୃତ ବ୍ୟକ୍ତି ଜଣକ ଡାବୁଗାଁ ହାଇସ୍କୁଲ ରୋଡ ର ରାଜୁ ଯାଦବ (୫୩) ବୋଲି ଜଣା ପଡିଛି।ତେବେ ଟିପର ଚକା ତଳେ ପଡି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ଶବ ଦୀର୍ଘ ୫ ଘଣ୍ଟା ଧରି ଦୈନିକ ବଜାର ଛକ ରେ ପଡି ରହିଥିଲା।ପରେ ପରିବାର କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ପରେ ଅପରାହ୍ନ ଚାରି ଘଣ୍ଟ ସମୟରେ ଶବ ଉଠିଥିଲା। ଏ ନେଇ ମୃତ ବ୍ୟକ୍ତି ର ପୁଅ ପିଙ୍କୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିଥିଲେ। ସୂଚନା ଅନୁଯାଇ ରାଜୁ ଯାଦବ ଡାବୁଗାଁ ଦୈନିକ ବଜାର ବୋରିଗାଁ -ହାଇସ୍କୁଲ ରୋଡ ପାର୍ଶ୍ଵରେ ଏକ ଜଳଖିଆ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ଆଜି ଦିନ ୧୧ ଘଣ୍ଟ ସମୟରେ ରାଜୁ ତାଙ୍କ ଜଳଖିଆ ଦୋକାନ ରୁ ରାସ୍ତା ପାର ହେବା ସମୟରେ ଡାବୁଗାଁ ରୁ ବୋରିଗାଁ ଅଭିମୁଖେ ଦୃତ ଗତି ରେ ଯାଉଥିବା ଏକ ଟିପର ନମ୍ବର (ଓଡି ୨୬ ଜି ୩୬୩୦) ସହ ଧକ୍କା ହୋଇଥିଲା। ଏଥିରେ ରାଜୁ ଟିପର ଚକା ତଳେ ପଡି ଯିବାରୁ ମୁଣ୍ଡ ସହ ସମ୍ମୁଖ ଭାଗ ଶରୀର ଚକ ତଳେ ଚାପି ହୋଇଯାଇଥିଲା। ଘଟଣା ସ୍ଥଳରେ ରାଜୁ ଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ଘଟାଇଥିବା ପରେ ଟିପର ର ଡ୍ରାଇଭର ଟିପର ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ଆଜି ଡ଼ାବୁଗାଁ ରେ ସାପ୍ତାହିକ ହାଟ ଥିବାରୁ ଦୁର୍ଘଟଣା ସ୍ଥଳ ରେ ଶହ ଶହ ଲୋକ ଙ୍କ ଭିଡ ଜମିଥିଲ । ମୃତ ପରିବାର ଲୋକେ ରାସ୍ତା ଉପରେ ଶବ ରଖି ଉପଯୁକ୍ତ କ୍ଷତିପୂରଣ ଦାବୀ କରି ବସିଥିଲେ। ପୁଲିସ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ସେମାନେ ଶବ ରାସ୍ତା ଉପରୁ ଉଠାଇ ନ ଥିଲେ । ଶେଷରେ ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ଡାବୁଗାଁ ଆରଆଇ ଚୈତନ୍ୟ ବେହେରା ରେଡ କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ପ୍ରଦାନ ପରେ ଅପରାହ୍ନ ୪ ଘଣ୍ଟ ସମୟରେ ଶବ ରାସ୍ତାରୁ ଉଠିଥିଲା। ଏ ନେଇ ମୃତ ରାଜୁ ଯାଦବ ର ପୁଅ ପିଙ୍କୁ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ୧୪୫/୨୫ ରେ ଏକ ମାମଲା ରୁଜୁ କରି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.