ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ଆଦ୍ୟ ତା.୦୩.୦୭.୨୦୨୫ ରିଖ ବୁଧବାର ସକାଳ ୩.ଘଣ୍ଟା ସମୟରେ କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ଶ୍ରୀଯୁକ୍ତ ବିଶି କେଶନ କରୁଆଁ ଙ୍କ ନେତୃତ୍ୱ ରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିବସ କାର୍ଯକ୍ରମ ସ୍ଥାନୀୟ ସେକ୍ସନ ଅନ୍ତର୍ଗତ ତୁଣ୍ଡଲା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ରେଞ୍ଜ ଅଫିସର କେସିଙ୍ଗା, ସରପଞ୍ଚ ଶ୍ରୀଯୁକ୍ତ ସରୋଜ ସେଠ , ଶ୍ରାବଣୀ ବାନାର୍ଜୀ ଅଧ୍ୟାପକ ତୁଣ୍ଡଲା ମହାବିଦ୍ୟାଳୟ କଶୃପଡ଼ା ସେକ୍ସନ ବନରକ୍ଷୀ ଶ୍ରୀମତୀ ରାଜଲକ୍ଷ୍ମୀ ପଧାନ, ଶ୍ରୀମତୀ ସୁଜାତା ବାଗ,ଶ୍ରୀମତୀ ରୁକ୍ମଣୀ ମାଝୀ ତଥା pngo କର୍ମଚାରୀ ଏଵଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ପଧାନ,ସହକାରୀ ଶିକ୍ଷକ, କର୍ମଚାରୀ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ ହୋଇଥିଲା।ଉକ୍ତ କାର୍ଯୟକ୍ରମରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ହୃଦବୋଧ କରାଇ “ମାଆ ପାଇଁ ଗଛଟିଏ , ଶିଶୁ ପାଇଁ ଗଛଟିଏ”।। ଲଗାଇବା ପାଇଁ ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ଶପଥ ପାଠ କରାଯାଇଥିଲା । କାର୍ଯକ୍ରମ ଟି ର ପ୍ରଭାବ ସ୍ଥାନୀୟ ଅଞ୍ଚଲରେ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇବା ସହିତ ପରିବେଶ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଗଲା ।ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକ ତଥା ସମସ୍ତ କର୍ମଚାରୀ ବନ ବିଭାଗ ଙ୍କୁ ଧନ୍ୟବାଦ ଜଣାଇ ବିଦ୍ୟାଳୟରେ ଅଧିକ ଗଛ ଲଗାଇବା ପାଇଁ ସହୋଯୋଗ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.