ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ୨୦୨୫ ମଙ୍ଗଳବାର ପାଳିତ ହୋଇଯାଇଛି । ଜୁନ ୨୬ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ସୁରକ୍ଷା ସପ୍ତାହ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ପାଇଁ “ସ୍ମାର୍ଟ ଏନର୍ଜୀ ସୁରକ୍ଷିତ ରାଷ୍ଟ୍ର” ବିଷୟରେ ଆଧାରିତ ଏବଂ ବିଦ୍ୟୁତ ସୁରକ୍ଷା ଆପଣାନ୍ତୁ, ଜୀବନ ସୁରକ୍ଷିତ ରଖନ୍ତୁ, ଶ୍ଳୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଭୟ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ୱରେ ଥିବା ଡେପୁଟି ଇଲେକ୍ଟ୍ରିକାଲ ଇଞ୍ଜିନିୟର ଶ୍ରୀମୟୀ ମହାଲିକ, ସମ୍ମାନିତ ଅତିଥି ଭାବେ ନୟାଗଡ଼ ବିଦ୍ୟୁତ ବିଭାଗର ଏସଡିଓ ପ୍ରତ୍ୟୁଷ ରଞ୍ଜନ ସାହୁ, ବିଦ୍ୟୁତ ସୁରକ୍ଷା ଅଧିକାରୀ (ଟିପିସିଓଡିଏଲ)ର ବିଶ୍ୱ ଭୂଷଣ ବିଶୋଇ, ଓଡ଼ଗାଁ ସେକ୍ସନ -୧ ଇଞ୍ଜିନିୟର ବିନୋଦ ମହାରଣା, କୋମଣ୍ଡ ସାଧନ ସଂଯୋଜକ ଲଳିତ ମୋହନ ମିଶ୍ର, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ତରଫରୁ ସମସ୍ତ ଅବିଭାବକ ମାନଙ୍କୁ ସୁରକ୍ଷା ସମ୍ପର୍କିତ ୨୨ ଟି ବାର୍ତା ଥିବା ପ୍ରଚାର ପତ୍ରିକା ଶାରୀରିକ କ୍ରୀଡା ଶିକ୍ଷକ ଆଲୋକ ନାୟକ ଦ୍ବାରା ବଣ୍ଟନ କରାଯାଇଥିଲା । ଶେଷରେ ଶିକ୍ଷକ ରାଧାଗୋବିନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ପ୍ରକୃତି ବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.