ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ଜୁଲାଇ ୧ତାରିଖ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀ ଡା.ନିଲାଞ୍ଜନ ଦାସ, ଡା.ଦୀପକ ବଳ, ଡା.ସମ୍ବିତ୍ ଯୋଗଦେଇଥିବା ବେଳେ ବିଦ୍ୟାମନ୍ଦିର ତରଫରୁ ବୈଦିକ ରୀତିରେ ସେମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା କରି ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଡାକ୍ତର ସମୂହ ସବୁବେଳେ ଜନସାଧାରଣଙ୍କ ସେବାରେ ବ୍ରତୀ ରହିଥିବା ବେଳେ ଯାହାଙ୍କ ହାତର ସ୍ପର୍ଶରେ ରୋଗିଟିର ମନରେ ବଞ୍ଚିବାର ବିଶ୍ବାସ ସୃଷ୍ଟି ଜାଗ୍ରତ ହୋଇଥାଏ, ସେହି ଡାକ୍ତରଙ୍କ ପାଇଁ ଗୋଟିଏ ଦିନ । ଆମେ ତାଙ୍କୁ କେବଳ ମନେପକାଇବା ନୁହେଁ, ବରଂ ପ୍ରଶଂସା କରି ତାଙ୍କୁ ଉତ୍ସାହିତ କରିବା ଉଚିତ୍ ବୋଲି ପ୍ରତିଷ୍ଠାତା କହିଥିଲେ । ଡାକ୍ତରଙ୍କ ତରଫରୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କୁ ଚକୋଲେଟ ସହିତ କଲମ ପେନସିଲ ରବର ବଣ୍ଟନ କରାଯାଇଥିଲା । ଏବଂ ବିଦ୍ୟାର୍ଥୀଙ୍କ ଓ ଡ଼ାକ୍ତରଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାମନ୍ଦିର ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେହିପରି ଭାବେ ଗାଇଡାନସ ପବ୍ଲିକ ସ୍କୁଲ ତରଫରୁ ଅଧ୍ୟକ୍ଷ ରଞ୍ଜନ କୁମାର ସାହୁଙ୍କ ତତ୍ବାବଧାନରେ ଶିଶୁ ମାନେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚି ଡାକ୍ତର ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ପ୍ରକୃତ ପକ୍ଷେ ଜୀବନ୍ତ ଭଗବାନ ସ୍ବରୂପ ଡାକ୍ତରମାନେ ସମ୍ମାନର ଯୋଗ୍ୟ ବୋଲି ସ୍କୁଲର ଅଧ୍ୟକ୍ଷ କହିଥିଲେ
Sign in
Sign in
Recover your password.
A password will be e-mailed to you.
Next Post