ବାଲୁଗାଁ:(ସେକ କୌସର): ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଗୋପବନ୍ଧୁ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିହର ସ୍ବାଇଁଙ୍କୁ ସୋମବାର ପୂର୍ବାହ୍ନରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସେବା ନିବୃତ ସମ୍ବର୍ଦ୍ଧନା ସଭାରେ ଏବିଇଓ ନୀଳାଦ୍ରି ଭୂଷଣ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଇଓ ଦ୍ଵାରିକା ନାଥ ବେହେରା, ସ୍ୱତନ୍ତ୍ର ଅତିଥି ଭାବେ ପ୍ରାକ୍ତନ ଏବିଇଓ କଣ୍ଡୁରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏନପିଏସ ଚିଲିକା ଶିକ୍ଷକ ସଂଘ ସଭାପତି ବିଦ୍ୟାଧର ପଟ୍ଟଯୋଶୀ, ସିଆରସିସି କୁଳମଣି ବାରିକ,କାଉନସିଲର ମନୁ ସ୍ୱାଇଁ, ସମାଜସେବୀ ରଞ୍ଜିତ କୁମାର ବଡ଼ଜେନା, ଶିକ୍ଷାବିତ ଯୁଧିଷ୍ଠିର ସ୍ୱାଇଁ, ରାଜ କିଶୋର ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ, ସମାୟାନୁବର୍ତ୍ତୀ ସହିତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ସହ ସୁସମ୍ପର୍କ ନେଇ ଶ୍ରୀ ସ୍ବାଇଁଙ୍କୁ ଅତିଥିମାନେ ଭୂୟାଁସି ପ୍ରଶଂସା କରିଥିଲେ। ସିଆରସିସି କୁଳମଣି ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post