ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଡବଲ୍ ଇଞ୍ଜିନ ସରକାରରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିବା ସହିତ ଦିନକୁ ଦିନ ନାରୀ ନିର୍ଯ୍ୟାତନା ମଧ୍ୟ ବଢି ଚାଲିଛି I ଏହାକୁ ବିରୋଧ କରି ବିଜେପି ସରକାରଙ୍କ ଉପରେ ଗର୍ଜିଛି କଂଗ୍ରେସ୍ I ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶକ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଦାସଙ୍କ ଆହ୍ୱାନ କ୍ରମେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଂଗ୍ରେସ୍ ଦଳ ପକ୍ଷରୁ ବିଭିନ୍ନ ପଂଚାୟତରେ ପଥପ୍ରାନ୍ତ ସଭା ମାଧ୍ୟମରେ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଉପରେ ଜନ ସାଧାରଣଙ୍କୁ ସଚେତନ କରାଯାଇଛି I ସୋରଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ ନେତୃତ୍ୱରେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ପ୍ରକାଶ ପାତ୍ର, ବିଶିଷ୍ଟ ଆଇନଜୀବୀ ବିଜୟ ପ୍ରଧାନ,କଂଗ୍ରେସ୍ ନେତା ତ୍ରିନାଥ ଗୌଡ଼, ଅଶୋକ ମହାନ୍ତି, ବୁଦ୍ଧଦେବ ମଳିକ, କୈଳାସ ପାତ୍ର, ସତ୍ୟ ପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ୍ କର୍ମୀ ଏହି ସମାବେଶରେ ସାମିଲ୍ ହୋଇଥିଲେ I
Sign in
Sign in
Recover your password.
A password will be e-mailed to you.
Next Post