ଓଡ଼ଗାଁ,୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସନ୍ନିକଟ ପନ୍ତିଖାରି ଗ୍ରାମପଞ୍ଚାୟତ ମଶାବାରି ଗ୍ରାମରେ ବିଜେ ଶ୍ରୀ ନିଳକଣ୍ଠେଶ୍ବରଙ୍କ ପୂଣ୍ୟ ପୀଠରେ ତ୍ରିଦିବସୀୟ ବିଶ୍ଵଶାନ୍ତି ଶୈବଯଜ୍ଞ ଏବଂ ବାର୍ଷିକୋତ୍ସବ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଆଚାର୍ଯ୍ୟ ଲଳିତ ମୋହନ ତ୍ରିପାଠୀଙ୍କ ତତ୍ବାବଧାନରେ ପ୍ରଚାରକ ଗୋଦାବରୀଶ ହୋତା, ବ୍ରହ୍ମା ଅଭିଷେକ ସର୍ବେଶ୍ଵର ଦାଶ, ଚଣ୍ଡୀ ପାଠ ଜଳନ୍ଧର ରଥ, ଚରୁ ହେମନ୍ତ କୁମାର ହୋତା, ସମ୍ମିଧ ପ୍ରଦିପ କୁମାର ଦାଶ, ଦ୍ବାର ଅଶୋକ କୁମାର ଷଡଙ୍ଗୀ, ଅରୁପ ବିହାରୀ ଆଚାର୍ଯ୍ୟ, ଚିନ୍ମୟ ହୋତା, ଚନ୍ଦ୍ର ଶେଖର ତ୍ରିପାଠୀ, ଗିରଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ବୈଦିକ ବ୍ରାହ୍ମଣ ମାନେ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ମଶା ବାରି ଗାଁର ପବିତ୍ର ମହାନ୍ତି ଦମ୍ପତି କର୍ତ୍ତା ଭାବେ ଦାୟିତ୍ଵ ସମ୍ପାଦନ କରିଥିବା ବେଳେ ମଶା ବାରି ଗ୍ରାମର ଜନସାଧାରଣ ସହଯୋଗ କରିଥିବା ବେଳେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post