ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ଅବସର ଗ୍ରହଣ

5

ଓଡ଼ଗାଁ,୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ଜୁନ୍ ମାସ ୩୦ ତାରିଖ ସୋମବାର ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି।ବନପାଳ ସରିତା ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଅବସର କାଳିନ ସଭାରେ ପ୍ରକୃତି ବନ୍ଧୁ ପ୍ରଫୁଲ୍ଲ ମାଝୀ, ସୁକାନ୍ତ ଚୌଧୁରୀ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟ କ୍ରମରେ ଅଂଶଗ୍ରହଣ କରି ଓଡ଼ଗାଁ ବନାଞ୍ଚଳରେ ଅଧିକାରୀଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ବଣ୍ୟପ୍ରାଣୀ ସୁରକ୍ଷା, ଅଗ୍ନି ନିର୍ବାପନ କାର୍ଯ୍ୟ, କାଠ ମାଫିଆଙ୍କୁ ଦମନ ଭଳି କାର୍ଯ୍ୟ ସହିତ ଚନ୍ଦ୍ରମଣି ଟୋଟା ନିକଟରେ ସୃଷ୍ଟି କରିଥିବା ସହରାଞ୍ଚଳ ବନିକରଣ କାର୍ଯ୍ୟ ଥିଲା ବେଶ୍ ଗୁରୁତ୍ବପୂର୍ଣ୍ଣ । ସେ ଜଣେ ସରଳ, ଶିଷ୍ଟ, ଶାନ୍ତ, ନିଷ୍କପଟ ଓ ଅମାୟିକ ମଣିଷ ଭାବେ ଉତ୍ତମ ବ୍ୟବହାର ଦ୍ବାରା କର୍ମଚାରୀ ମାନଙ୍କୁ ପ୍ରଭାବିତ କରିଥିଲେ । ଏଣୁ ଅଫିସର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରୁଥିବା କର୍ମଚାରୀ ମାନେ କହିଥିଲେ । ଶେଷରେ କାର୍ଯ୍ୟାଳୟରେ କର୍ମଚାରୀ ମାନଙ୍କ ଦ୍ବାରା ତାଙ୍କୁ ଉପହାର ଉପଢ଼ୌକନ ପ୍ରଦାନ ସ୍ବରୂପ ସମ୍ବର୍ଦ୍ଧିତ କରାଯାଇଥିଲା । ଏବଂ ଅବଶିଷ୍ଟ ଜୀବନ ରଘୁନାଥଙ୍କ କୃପାରୁ ଶୁଖ, ଶାନ୍ତି ଓ ନିରାମୟ ରହିବା ନିମନ୍ତେ ପ୍ରଭୁ ରଘୁନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.