ଗଜପତି ଜିଲ୍ଲା ଭିଜନ୍ ଡକ୍ୟୁମେଣ୍ଟ – ୨୦୩୬ ,୨୦୪୭ ନାଗରିକ ମଞ୍ଚର ଆଲୋଚନା ଚକ୍ର

5

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନାଗରିକ ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।
ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଛାତ୍ର , ଶିକ୍ଷକ , ଅଧ୍ୟାପକ , ଆଇନଜୀବୀ ,କୃଷକ , ଶ୍ରମିକ , ବ୍ୟବସାୟୀ , ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ , ସାହିତ୍ୟିକ , ଗବେଷକ , ଐତିହାସିକ , ବ୍ୟାଙ୍କ କର୍ମଚାରୀ , ସମାଜସେବୀ ଇତ୍ୟାଦି ସକଳ ବର୍ଗର ପ୍ରତିନିଧି ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଓଡ଼ିଶା ସରକାର ପ୍ରସ୍ତୁତ କରିଥିବା ଭିଜନ୍ ଡକ୍ୟୁମେଣ୍ଟ ୨୦୩୬ ,୨୦୪୭ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସମ୍ଭାବ୍ୟ ବିକାଶ ଦୃଶ୍ୟପଟ କିପରି ରହିବା ଆବଶ୍ୟକ ତାହାର ଉଲ୍ଲେଖ ସହିତ ଏକ ଦାବି ତାଲିକା ଏହି ସଭାରେ ସମସ୍ତଙ୍କ ସହମତିରେ ପ୍ରସ୍ତୁତ କରାଯାଇଥିଲା। ଦାବି ଗୁୁୁଡିକ ମୁଖ୍ୟତଃ କୃଷି , ଜଳ ସେଚନ ,ପର୍ଯ୍ୟଟନ , ଗମନାଗମନ , ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ପାରଳାଖେମୁଣ୍ଡିର ସାମଗ୍ରିକ ବିକାଶକୁ ନେଇ ପ୍ରସ୍ତୁତ କରାଯାଇଛି।
ଏଥିରେ କାର୍ଯ୍ୟକାରୀତା ପାଇଁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୩୧ ଜଣିଆ କାର୍ଯ୍ୟ ନିର୍ବାହୀକା ସମିତି ଗଠନ କରାଯାଇ ଥିବା ଜଣାଯାଏ।
ଏହି ସମିତି ଆବଶ୍ୟକୀୟ ସ୍ୱତନ୍ତ୍ର ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ସରକାରଙ୍କ ସହ ସଂଯୋଗ ରକ୍ଷା ଓ ସହଯୋଗ ପୂର୍ବକ ସମସ୍ତ ବିହିତ ପଦକ୍ଷେପ ନେବାକୁ ସଭାରେ ନିଷ୍ପତ୍ତି ନିଆଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ସାରଳା ଦେବ ପଟ୍ଟନାୟକ, ଅଶ୍ୱିନୀ କୁମାର ପାଢୀ ମଞ୍ଚାସୀନ ଥିବା ବେଳେ ଶିକ୍ଷାବିତ ଶ୍ୟାମ ସୁନ୍ଦର ଗନ୍ତାୟତ ଓ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ। ସହରର ଶତାଧିକ ବୃଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।

Leave A Reply

Your email address will not be published.