ବଲାଙ୍ଗିର ସ୍ଥାନୀୟ ଗାନ୍ଧିଷ୍ଟାଡିୟମ ବଲାଙ୍ଗୀର ଠାରେ କର୍ଣ୍ଣେଲ ସି କେ ନାଇଡୁ ଟ୍ରଫି ଉଦଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଓ ଓଡିଶା କ୍ରିକେଟ ଆସୋସିଏସନ ମିଳିତ ଆୟୋଜନରେ ଓଡିଶା ଓ ବିହାର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ପ୍ରଥମ ଇନିଂସ ରେ ବିହାର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୭୪. ୪ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲେ । ବିହାର ପକ୍ଷରୁ ଆଦିତ୍ୟ ରାଜ ୭୪ ରନ ବାସୁଦେବ ପ୍ରସାଦ ସିଂ ୨୯ ରନ ଆୟୁସ ଆନନ୍ଦ ୨୫ ରନ କରିଥିବା ବେଳେ ଓଡିଶା ପକ୍ଷରୁ ଓମକାର ମହନ୍ତି ୪ ୱିକେଟ ସହିଦ ଟ୍ରଫେଲ ଅହମଦ ୩ ୱିକେଟ ଆଶୁତୋଷ ମାରାଣ୍ଡି ୧ , ସ୍ବରୁପ ଏସ ଭୁୟାଁ ୧ ୱିକେଟ ଅକ୍ତିଆର କରିଥିଲେ ।
ଓଡିଶା ବ୍ୟାଟିଙ୍ଗ ଆରମ୍ଭ କରି ୧ ୱିକେଟ ବିନିମୟରେ ୬୬ ରନ କରିଥିବାବେଳେ ଓଡିଶା ପକ୍ଷରୁ ପଙ୍କଳା ସଶାଙ୍କ ପ୍ରଥମ ଦିନ ଶେଷ ସୁଦ୍ଧା ଅପରାଜିତ ୩୨ ରନ ସଂଗ୍ରହ କରିଛନ୍ତି ।
ଆଜିର ଉଦଘାଟନ ସମରୋହରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦ ର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ସହସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ , ଶତୃଘନ ସିଂ , କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କ୍ରିକେଟ ସମ୍ପାଦକ ଓମ ପ୍ରକାଶ ଚାନ୍ଦ ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ କ୍ରିଡା ସମ୍ପାଦକ ବିଭୁତି ଭୂଷଣ ପଣ୍ଡା , ଭଲିବଲ ସମ୍ପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର , ସୁଧନ୍ଶୁ ସେଠ , ଜୟରାମ ମିଶ୍ର , ସୁଧିର ଚନ୍ଦ୍ର ପଣ୍ଡା , ଗୌର ପ୍ରଧାନ , ରବିନ୍ଦ୍ର ମିଶ୍ର , ଡଃ ସିଦ୍ଧେଶ୍ବର ମିଶ୍ର , ସଚ୍ଚିଦାନନ୍ଦ ପାଣିଗ୍ରାହୀ , କ୍ରିକେଟ କୋଚ ଅରୁଣ କୁମାର ନାଏକ , ପୁର୍ବତନ ରଣଜୀ ଖେଳାଳି ସୁର୍ଯ୍ୟ ନାରାୟଣ ମିଶ୍ର , ବିକ୍ରମ ପାତ୍ର , ଶ୍ରୀକାନ୍ତ ରାଉତ୍ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.