ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୫/୦୬/୨୫ ଡାବୁଗାଁ ସଦର ଭୈରବ ଡିଗ୍ରୀ ମହାବିଦ୍ୟାଳୟ ରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି। ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଆଜି ଭାରତ ର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂରଣ ହୋଇଥିବା କହିଥିଲେ। ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣ ରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଠିକ ଆଜିର ଦିନରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା କହିଥିଲେ। ଯୋ ଦ୍ଵାରା ସମ୍ବିଧାନ ର ମୂଲ୍ୟବୋଧ ହଜିଯିବାକୁ ସହ ଲୋକଙ୍କ ମୌଳିକ ଅଧିକାର ଛଡାଇ ନିଆଯାଇଥିଲା ବୋଲି କହିଥିଲେ। ପ୍ରେସ ଉପରେ ପ୍ରତିବନ୍ଧକ ସହ ରାଜନୈତିକ ନେତା,ସାମାଜିକ କର୍ମୀ,ଛାତ୍ର, ଏବଂ ସାଧାରଣ ଲୋକଙ୍କୁ ଜେଲ ରେ ରଖାଯାଇଥିଲା। ତେଣୁ ଆଜିର ଦିନ କୁ ସାରା ଦେଶ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳୁଥିବା ପ୍ରକାଶ କରିଥିଲେ। ଅଧ୍ୟାପିକା ଚନ୍ଦନା ପଣ୍ଡା ଆମେ ସମ୍ବିଧାନ କୁ ସୁରକ୍ଷା ଦେବା ସହ ବିକଶିତ ଭାରତ ଗଠନ ରେ ସମସ୍ତେ ସହ ଭାଗିଦାରିତା କରିବା ବୋଲି କହିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ,ମନିଷା ସରକାର,ଜ୍ୟୋତ୍ସ୍ନା ମାଝୀ,ଅଧ୍ୟାପକ ମେକ୍ସ ମଦ୍ରକ୍ଷ ନାୟକ, ଦୟାରାମ ମନୋହର ଓ ମହେନ୍ଦ୍ର ଦେବରପଲ୍ଲି ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଡ଼ାବୁଗାଁ ବିଜେପି ଦଳ ତରଫରୁ ମଧ୍ୟ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post