ଜମନକିରା। (ଲିପନ ନାଏକ ) ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଲ ପଞ୍ଚାୟତ ର ନୁଆଡ଼ିହି ଗ୍ରାମଠାରେ ରୋପ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଯନ୍ତ୍ର ଚାଳିତ ଧାଡ଼ି ଧାନ ବୁଣା କାର୍ଯକ୍ରମ ର ଶୁଭାରମ୍ଭ କରାଯାଇଅଛି । ଧାନ ଚାଷରେ ପାଣି , ଶ୍ରମିକ, ସମୟ ଅଭାବକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଚାଷୀମାନେ ତାଙ୍କର ଢିପ ଜମିରେ ଧାନ ବୁଣି ଦେଇଥାନ୍ତି। ଅନେକ ସମୟରେ ପାଣିପାଗ ଠିକ୍ ରହୁ ନ ଥିବାରୁ ଚାଷୀମାନେ ଧାନକୁ ବୁଣି ଥାନ୍ତି। କିନ୍ତୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ଅଧିକ ଲାଭ ପ୍ରଦାନ କରିବା ପାଇଁ ଧାଡ଼ି ବୁଣା ଯନ୍ତ୍ର ସାହାଯ୍ୟରେ ଧାନ ଧାଡ଼ିରେ ବୁଣିବାକୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜମନକିରା ବ୍ଲକର ବଡ଼ମାଳ ଗ୍ରାମ ପଞ୍ଚାୟତରେ ୩୦ହେକ୍ଟର ଚାଷ ମେସିନରେ ଧାଡ଼ି ବୁଣା ଯିବାର ଯୋଜନା ରହିଛି। ଏହିକ୍ରମରେ ଚାଷୀଙ୍କୁ ସଚେତନ କରିବା ସହ ଆଜି ନୁଆଡ଼ିହୀ ଗ୍ରାମର ଦିଲ୍ଲୀପ ନାୟକଙ୍କ ୧ଏକର ୨ଟି ଜମିକୁ ଟ୍ରାକ୍ଟର ସିଡ ଡ୍ରିଲର ଯନ୍ତ୍ର ମାଧ୍ୟମରେ ଧାନ ବୁଣା ଯାଇଥିଲା । ଏହି କାର୍ଯକ୍ରମ ସମୟରେ ଜମନକିରା ବ୍ଲକ ର ସହକାରୀ କୃଷି ଅଧିକାରୀ ତନ୍ମୟ କୁମାର ମୁର୍ମୁ, ଗ୍ରାମ୍ୟ କୃଷି କର୍ମଚାରୀ ଶରତ ଚନ୍ଦ୍ର କିସାନ, ଅବସର ପ୍ରାପ୍ତ କୃଷି ଅଧିଦର୍ଶକ ଜଗଦୀଶ ପ୍ରସାଦ ଧାନ , କୃଷକ ସାଥୀ ମନୋଜ ଜୟପୁରିଆ , ନୂଆଡିହି ଗ୍ରାମର କୃଷକ ଓ ରୋପ କର୍ମ କର୍ତ୍ତା ତୃପ୍ତିମୟୀ ଦାଶ ଏଵଂ ଭୂମିଶ୍ଵେତା ଧୁରୁଆ ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post