ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ତା ୨୪/୬ ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କେ. ପାର୍ଥ ସାରଥୀ ଦୋରା ବିଭାଗୀୟ ସମସ୍ତ ଜନକଲ୍ୟାଣକାରୀ ଯୋଜନା ବିଷୟରେ ସଂକ୍ଷିପ୍ତ ଧାରଣା ଦେଇଥିଲେ l ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବାଳକୃଷ୍ଣ ଦ୍ୱେବେଦି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର ବିଭିନ୍ନ ଯୋଜନାର ପ୍ରଗତି ବିଷୟରେ ବିଷଦ ତଥ୍ୟ ପ୍ରଦାନ କରିଥିଲେ। ୨୦୨୫/୨୬ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗର ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଜିଲ୍ଲା ସ୍ତରୀୟ କମିଟିରେ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦନ ପ୍ରସ୍ତାବ ଓ ତାର କାର୍ଯ୍ୟାନ୍ଵୟନ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା।ମୁଖ୍ୟମନ୍ତ୍ରୀ କାମ ଧେନୁ ଯୋଜନା ଅଧୀନରେ ଗୋ ପାଳନ, ମଇଁଷି ପାଳନ ସବୁଦିନିଆ ଘାସ ଚାଷ ଓ ବୀମା କରଣ ଯୋଜନାର ସମୀକ୍ଷା କରି ଅପେକ୍ଷାକୃତ କମ ପ୍ରଗତି କରିଥିବା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ମାନଙ୍କୁ ତାଗିଦ କରିବା ସହ ଧାର୍ଯ୍ଯ ସମୟ ସିମା ମଧ୍ୟରେ ଲକ୍ଷ ହାସଲ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।
ଉକ୍ତ କମିଟିର ବିଭିନ୍ନ ଯୋଜନାରେ ଥିବା ୫୨୫ ଟି ଧାର୍ଯ୍ୟ ଲକ୍ଷ ପାଇଁ ୨୨୫ ଟି ପ୍ରସ୍ତାବ ଅନୁମୋଦନ କରାଯାଇଥିଲା l ଅବଶିଷ୍ଟ ଲକ୍ଷ ହାସଲ ପାଇଁ ଆବେଦନ ପତ୍ର ସଂଗ୍ରହ କରି ତୁରନ୍ତ ଅନୁମୋଦନ କରିବାପାଇଁ ସି . ଡି. ଭି. ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସମସ୍ତ ଅଧିକାରୀ ଆନ୍ତରିକତା ସହ କାର୍ଯ୍ୟ କରି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ନୂଆପଡାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବାପାଇଁ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ l ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଜିଲ୍ଲାର ସମସ୍ତ ୧୮ଜଣ ଅଧିକାରୀ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.