ଉପନିର୍ବାଚନରେ ECINETର କାର୍ଯ୍ୟ ଆରମ୍ଭ

3

ନିର୍ବାଚନ ଆୟୋଗ ୭୨ ଘଣ୍ଟା ମଧ୍ୟରେ ଉପନିର୍ବାଚନ ପାଇଁ ଇଣ୍ଡେକ୍ସ କାର୍ଡ଼ ଜାରି କଲେ

କେରଳ, ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମ ବଙ୍ଗର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି ସମାପ୍ତ ହୋଇଥିବା ଉପ-ନିର୍ବାଚନରେ, ଭାରତ ନିର୍ବାଚନ ଆୟୋଗ ନୂତନ ଡିଜିଟାଲ୍ ପ୍ଲାଟଫର୍ମ ECINET କୁ କାର୍ଯ୍ୟକ୍ଷମ କରିଛନ୍ତି। ଏହା ମନେ ପକାଇ ଦିଆଯାଇପାରେ ଯେ ନିର୍ବାଚନ ଆୟୋଗ ଏହି ବର୍ଷ ଆରମ୍ଭ, ମେ ୪ ତାରିଖରେ ଏକକ ସମାଧାନ ପ୍ଲାଟଫର୍ମ, ECINET ର ବିକାଶ ଘୋଷଣା କରିଥିଲେ, ଯାହା ନିର୍ବାଚନ ଆୟୋଗର ୪୦ ରୁ ଅଧିକ ମୋବାଇଲ୍ ଏବଂ ୱେବ୍ ଆପ୍ଲିକେସନ୍ କୁ ଗୋଟାଏ ଜାଗାରେ ଏକୀକୃତ କରେ । ଏହି ଉପ-ନିର୍ବାଚନରେ ECINET ର କିଛି ମଡ୍ୟୁଲ୍ ସଫଳ ଭାବରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଆଗାମୀ ସପ୍ତାହ ଗୁଡ଼ିକରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ ।
ECINET ନିର୍ବାଚନ ଆୟୋଗର ବିଭିନ୍ନ ପଦକ୍ଷେପ ମଧ୍ୟରୁ ଗୋଟେ ଯାହା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ନେତୃତ୍ୱରେ ଭୋଟର ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସୁବିଧା, ନିର୍ବାଚନ ସୂଚନାର ସମୟୋଚିତ ଏବଂ ଅଦ୍ୟତନ ପାଇଁ ପ୍ରସ୍ତୁତ କରାଯାଇଛି ।
ଉପ-ନିର୍ବାଚନରେ ଏକ ପ୍ରମୁଖ ସଫଳତା ଥିଲା ପୂର୍ବ ହସ୍ତକୃତ ପ୍ରକ୍ରିୟା ପରିବର୍ତ୍ତେ ପ୍ରିଜାଇଡିଂ ଅଫିସରଙ୍କ (PROs) ଦ୍ୱାରା ECINET ରେ ସିଧାସଳଖ VTR ଟ୍ରେଣ୍ଡ୍ ଅପଲୋଡ୍ କରିବାର ପ୍ରକ୍ରିୟା। ଏହା ସୂଚନାର ଶୀଘ୍ର ଅଂଶୀଦାର, ସ୍ୱଚ୍ଛତା ବୃଦ୍ଧି ଏବଂ VTR ଟ୍ରେଣ୍ଡ୍ ପ୍ରକାଶନରେ ସମୟ ବ୍ୟବଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସକୁ ସକ୍ଷମ କରିଥିଲା। ECINET ମାଧ୍ୟମରେ, ଏହା ସୁନିଶ୍ଚିତ କରାଯାଇଥିଲା ଯେ PROs ସେମାନଙ୍କର ମତଦାନ କେନ୍ଦ୍ର ଛାଡ଼ିବା ପୂର୍ବରୁ ଚୂଡ଼ାନ୍ତ VTR ସଂଖ୍ୟା ଅପଲୋଡ୍ କରିଛନ୍ତି ବୋଲି ଯାହାର ପରିଣାମସ୍ୱରୂପ ଜନସାଧାରଣଙ୍କ ପାଇଁ ECINET ରେ VTR ଟ୍ରେଣ୍ଡ୍ ବହୁ ଦ୍ରୁତ ଭାବରେ ଉପଲବ୍ଧ ହୋଇଥିଲା। ସୁବ୍ୟବସ୍ଥିତ, ପ୍ରଯୁକ୍ତିବିଦ୍ୟା-ଚାଳିତ ସିଷ୍ଟମ୍, ଉପ-ନିର୍ବାଚନରେ ଆନୁମାନିକ ଭୋଟର ମତଦାନ ପ୍ରତିଶତ ଟ୍ରେଣ୍ଡ୍ ଉପରେ ସମୟାନୁସାରେ ଅପଡେଟ୍ ମଧ୍ୟ ପ୍ରଦାନ କରିପାରିଥିଲା ।
ECINET ପ୍ରଚଳନର ଆଉ ଏକ ପ୍ରମୁଖ ସଫଳତା ହେଉଛି ଇଣ୍ଡେକ୍ସ କାର୍ଡ଼ ଗୁଡ଼ିକର ଦ୍ରୁତ ପ୍ରକାଶନ, ଯାହା ପୋଲ ଫଳାଫଳ ଘୋଷଣାର ୭୨ ଘଣ୍ଟା ମଧ୍ୟରେ ଉପଲବ୍ଧ କରାଯାଇଥିଲା। ଇଣ୍ଡେକ୍ସ କାର୍ଡ଼ ସୃଷ୍ଟି କରିବାର ପ୍ରକ୍ରିୟାକୁ ଡିଜିଟାଇଜ ଏବଂ ଦ୍ରୁତ-ଟ୍ରାକ କରିବାର ନିଷ୍ପତ୍ତି ଚଳିତ ମାସର ଆରମ୍ଭରେ ୫ ଜୁନ୍ ରେ ଘୋଷଣା କରାଯାଇଥିଲା। ନୂତନ ସିଷ୍ଟମ ଜରିଆରେ, ଇଣ୍ଡେକ୍ସ କାର୍ଡରେ ଅଧିକାଂଶ ଡାଟା ଫିଲ୍ଡ, ECINET ଇନପୁଟ୍ ବ୍ୟବହାର କରି ସ୍ୱୟଂଚାଳିତ ଭାବରେ ପୂରଣ ହୋଇଯାଏ। ECINET ପ୍ରଚଳନ ପୂର୍ବରୁ, ଇଣ୍ଡେକ୍ସ କାର୍ଡ଼ ଗୁଡ଼ିକର ପ୍ରକାଶନ ପାଇଁ ଅନେକ ଦିନ, ସପ୍ତାହ କିମ୍ବା ମାସ ମଧ୍ୟ ଲାଗୁଥିଲା କାରଣ ଅଧିକାରୀମାନେ ତଥ୍ୟ ପୂରଣ ଏବଂ ଯାଞ୍ଚ ହସ୍ତକୃତ ଭାବେ କରୁଥିଲେ ।
ଇଣ୍ଡେକ୍ସ କାର୍ଡ଼, ଏକ ଅଣ-ସାମ୍ବିଧାନିକ, ନିର୍ବାଚନ ପରବର୍ତ୍ତୀ ପରିସଂଖ୍ୟାନ ରିପୋର୍ଟିଂ ଫର୍ମାଟ୍, ଯାହା ୧୯୮୦ ଦଶକର ଶେଷ ଭାଗରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସ୍ଵେଛାରେ ଏକ ପଦକ୍ଷେପ ଭାବେ ବିକଶିତ ହୋଇଥିଲା । ଏହା ଦ୍ୱାରା ସମସ୍ତ ଅଂଶୀଦାରଙ୍କ ପାଇଁ ନିର୍ବାଚନ ମଣ୍ଡଳୀ ସ୍ତରରେ ନିର୍ବାଚନ-ସମ୍ବନ୍ଧୀୟ ତଥ୍ୟର ସୁଗମତାକୁ ବେଷକ, ଶିକ୍ଷାବିତ୍, ନୀତି ନିର୍ଦ୍ଧାରକ, ସାମ୍ବାଦକ ଏବଂ ସାଧାରଣ ଜନତା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ରିପୋର୍ଟ ଗୁଡ଼ିକରେ ପ୍ରାର୍ଥୀ, ଭୋଟର, ମୋଟ ଭୋଟ୍ ସଂଖ୍ୟା, ଗଣନା କରାଯାଇଥିବା ଭୋଟ୍, ଦଳଗତ ଏବଂ ପ୍ରାର୍ଥୀୱାରୀ ଭୋଟ୍ ଅଂଶ, ଲିଙ୍ଗ-ଆଧାରିତ ଭୋଟ୍ ପଦ୍ଧତି, ଆଞ୍ଚଳିକ-ପରିବର୍ତ୍ତନ ଏବଂ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟଦକ୍ଷତା ଭଳି ବହୁବିଧ ଦିଗର ତଥ୍ୟ ରହିଛି। https://www.eci.gov.in/statistical-reports ରେ କ୍ଲିକ କରି, ଉପ-ନିର୍ବାଚନ ଟ୍ୟାବରେ, ରିପୋର୍ଟ ଗୁଡ଼ିକ ଦେଖାଯାଇପାରିବ।

Leave A Reply

Your email address will not be published.