ଓଡ଼ଗାଁ ଡାକଘର ନିର୍ମାଣ ପାଇଁ ସ୍ଥାନ ସଂରକ୍ଷିତ

3

ଓଡଗାଁ,୨୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ଡାକଘର ନିର୍ମାଣ ନିମନ୍ତେ ରହିଥିବା ସ୍ଥାନରେ ଓଡ଼ଗାଁ ବରିଷ୍ଠ ନାଗରିକ ସଂଘର ଗୃହ ନିର୍ମାଣ ନିମନ୍ତେ ମଙ୍ଗଳବାର ସକାଳେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖବର ପାଇ ଓଡ଼ଗାଁ ବିକାଶ ମଞ୍ଚର ଶୁଶାନ୍ତ କୁମାର ସାହୁଙ୍କ ସହିତ ଅନ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ ଏବଂ ଏସମ୍ପର୍କରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କାର୍ଯ୍ୟ ବନ୍ଦ ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ । ସୁଚନା ଥାଉ କି ଓଡ଼ଗାଁ ଏନ୍ଏସି ଏବଂ ରାଜସ୍ୱ ନିରୀକ୍ଷକଙ୍କ ଅନୁମତି ନନେଇ ଜାଗା ଜବରଦଖଲକରି କାର୍ଯ୍ୟ ଚାଲୁ ରଖିଥିଲେ । ପୂର୍ବରୁ ଏହି ସ୍ଥାନରେ ଡାକଘର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ବେଳେ ପ୍ରତିଶୃତି ମିଳିଥିଲା ।

Leave A Reply

Your email address will not be published.