ଖପ୍ରାଖୋଲ ୨୩/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ମାଟିଆଭଟାହ ପଞ୍ଚାୟତ ଅନକାମରା ଗାଁ ରେ ଜଣେ ଚାଷି ଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ବାଟ ମାରଣା ଅଭିଯୋଗ ରେ ତିନି ଜଣ କୁ ଖପ୍ରାଖୋଲ ପୋଲିସ ରବିବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଅନକାମରା ଗାଁର ନନ୍ଦଲାଲ ବରିହା ଙ୍କ ଚାଷ ଜମି ରେ ୨୦୨୩/୨୪ ମସିହା ରେ ପ୍ରଧାମନ୍ତ୍ରୀ ଫସଲ ବୀମା ମାଟିଆଭଟା ଗ୍ରାମର ଦେବାନନ୍ଦ ସାହୁ ଙ୍କ ଗ୍ରାହକ ସେବା କେନ୍ଦ୍ର ରେ ମଧୁସୂଦନ ସାହୁ ଓ ରୋହିତ ସାହୁ ମିଶି କରିଥିଲେ । ଉକ୍ତ ବର୍ଷ ମାଟିଆଭଟା ପଂଚାୟତ ମରୁଡ଼ି ଘୋଷଣା ହୋଇଥିଲା । ତେଣୁ ଫସଲ ବୀମା ଟଙ୍କା ବିଭିନ୍ନ ଚାଷୀ ପାଇଥିଲେ । ହେଲେ ନନ୍ଦଲାଲ ବରିହା ଙ୍କ ଜମା ଖାତା ରେ ବିମାରାଶି ଟଙ୍କା ପଡ଼ିନଥିଲା । ତେଣୁ ସେ କୃଷି କାର୍ଯ୍ୟାଳୟ ରେ ଯୋଗାଯୋଗ କରିଥିବା ବେଳେ ତାଙ୍କ ଜମିରେ ଦେବାନନ୍ଦ ସାହୁ , ମାଟିଆଭଟା ଗ୍ରାମର ମଧୁସୂଦନ ସାହୁ ଓ ରୋହିତ ସାହୁ ତାଙ୍କ ଚାଷ ଜମି କୁ ଅନ୍ୟ ଚାଷୀ ନାମରେ ଭାଗ ଚାଷୀ ଭାବରେ ବୀମା କରେଇ ତାଙ୍କ ବୀମା ରାଶି ଟଙ୍କା କୁ ବାଟ ମରଣା କରିଥିବା ଜାଣି ଥିଲେ। ଶନିବାର ଚାଷୀ ନନ୍ଦଲାଲ ବରିହା ଖପ୍ରାଖୋଲ ଥାନା ର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଅଭିଯୋଗ କୁ ଭିତ୍ତି କରି କେଶ ନମ୍ବର – ୧୪୧/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ପରେ ଗ୍ରାହକ ସେବା କେନ୍ଦ୍ରର ଏକ ଲାପଟପ୍, ଦୁଇଟି ପ୍ରିଣ୍ଟର, ଏଟି ଏମ କାର୍ଡ , ପ୍ରାୟ ୧୨ ହଜାର ଟଙ୍କା ପୋଲିସ ଜବତ୍ କରି ତଦନ୍ତ ପରେ ଅଭିଯୁକ୍ତ ତିନି ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.