ବରଗଡ :-ଜର୍ନାଲିଷ୍ଠ ଏସୋସିଏସନ ଅଫ ବରଗଡ଼ (ଜାବ) ସଭାପତି ରବିନାରାୟଣ ପଣ୍ଡା ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବଦ୍ରୀପ୍ରସାଦ ସାହୁ ଙ୍କ ସଂଯୋଜନା ରେ ବିକାଶ ସୁପର୍ ସ୍ପେସିଆଲିଟି ହସ୍ପିଟାଲ ର ସମ୍ବିଲନି କକ୍ଷରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଏବଂ ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି,ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ବିକାଶ ହସ୍ପିଟାଲ ର ପ୍ରତିଷ୍ଠାତା ତଥା ପରିଚାଳକ ଡି.ମୁରଲୀ କ୍ରୀଷ୍ଣା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ସଞ୍ଚାସୀନ ଥିଲେ। ସାମ୍ବାଦିକ ମାନେ ସମାଜ ର ଏକ ବଳିଷ୍ଠ ଅଙ୍ଗ ଅଟନ୍ତି । ଖବର ପ୍ରସାରଣ ବେଳେ ସାମ୍ବାଦିକ ମାନେ ସବୁବେଳେ ସତ୍ୟନିଷ୍ଠ ହେବା ଜରୁରୀ। ସାମ୍ବାଦିକ ର ଧର୍ମ ସମାଜ ର ଶେଷ ପାହାଚ ରେ ଥିବା ବ୍ୟକ୍ତି ର ଅଭାବ ଅସୁବିଧା କୁ ସରକାର ଓ ସରକାରୀ କଳ ର ଦୃଷ୍ଟିଗୋଚର କୁ ଆଣି ତାକୁ ନ୍ୟାୟ ପ୍ରଦାନ କରାଇବା । ସେ ଏହି ଅବସରରେ ସାମ୍ବାଦିକ ମାନେ ଗଠନ ମୂଳକ ସମାଲୋଚନା କରିବା ଜରୁରୀ, ଯଦ୍ବାରା ବ୍ୟବସ୍ଥାପକ ତାର କାର୍ଯ୍ୟଶୈଳୀ ରେ ପରିବର୍ତ୍ତନ ଆଣି ଜନ ସାଧାରଣ ଙ୍କ ପାଇଁ ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କରିପାରିବ ବୋଲି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ। ଓଡ଼ିଶା ରେ ସାମ୍ବାଦିକ ମାନେ ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ଶାସନ କଳ ଦ୍ବାରା ପ୍ରତାରିତ ହେଉଛନ୍ତି। ବିଗତ ସରକାର ଙ୍କୁ ଧନ୍ୟବାଦ୍ ଯେ ସାମ୍ବାଦିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମାଲାଗୁ କରିଥିଲେ । କିନ୍ତୁ ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ସତ୍ତ୍ବେ ରାଜ୍ୟ ରେ ଗତ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କଲେ ନାହିଁ। ସାମ୍ବାଦିକ ମାନଙ୍କ ପେନସନ ବ୍ୟବସ୍ଥା କଲେ ନାହିଁ, ଏହି ରାଜ୍ୟ ରେ ସାମ୍ବାଦିକ ସବୁବେଳେ ପ୍ରପୀଡ଼ିତ, ତେଣୁ ଯଥାଶୀଘ୍ର ବର୍ତ୍ତମାନ ର ସରକାର ଉପରୋକ୍ତ ଦାବୀ ଗୁଡ଼ିକ ପୂରଣ କରିବାକୁ ସଂଘ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ବରଗଡ଼ ବିଧାୟକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସାମ୍ବାଦିକ ବନ୍ଧୁମାନେ ଖବର ପ୍ରସାରଣ ବେଳେ ନିଜର ଆବେଗ ଓ ବ୍ୟକ୍ତିଗତ ମତ କୁ ଅଗ୍ରାଧିକାର ନଦେଇ ପ୍ରକୃତ ତଥ୍ୟ କୁ ଲୋକ ଲୋଚନ କୁ ଆଣିବା ଦରକାର । ସମାଜ ରେ ଘଟୁଥିବା ଘଟଣାବଳୀ ର ପ୍ରକୃତ ତଥ୍ୟ କୁ ପ୍ରକାଶ କଲେ ସାମ୍ବାଦିକ ର ଜନ ସାଧାରଣ ରେ ଆଦୃତି ବଢିବା ସହ ତାଙ୍କ ଖବର ର ଗ୍ରହଣୀୟତା ବଢ଼ିଥାଏ ବୋଲି ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ମହାନ୍ତି ମତପୋଷଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଏକ ରାଜ୍ୟସ୍ତରୀୟ ସେମିନାର ଆୟୋଜିତ ହୋଇ “ଫ୍ରଣ୍ଟ ଲାଇନ ମିଡ଼ିଆ ଉପରେ ଡିଜିଟାଲ ମିଡିଆ ର ପ୍ରଭାବ”, “ଡିଜିଟାଲ ମିଡିଆ ପ୍ଲାଟଫର୍ମ ଏବଂ ସାମ୍ବାଦିକତା”, ଓ “ବ୍ଲାକମେଲିଂ ପାଇଁ ୟୁଟ୍ୟୁବ୍ ମିଡିଆ କି ?” ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଅତିଥି ମାନଙ୍କ ଦ୍ବାରା ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେ ର ପୂର୍ବତନ ସାଧାରଣ ସମ୍ପାଦକ ତଥା ଟ୍ରିବୁନାଲ କମିଟି ମୁଖ୍ୟ ଅଶୋକ ନନ୍ଦ ଓ କୋଷାଧ୍ଯକ୍ଷ ଅମୂଲ୍ୟ ସ୍ବାଇଁ, ବରିଷ୍ଠ ସାମ୍ବାଦିକ ଜୟପ୍ରକାଶ ସତପଥ ବରିଷ୍ଠ ସାମ୍ବାଦିକ ପ୍ରକାଶ ହୋତା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ସଞ୍ଚାସୀନ ଥିଲେ। ସଂଘ ପକ୍ଷରୁ ସମସ୍ତ ଅତିଥ୍ ମାନଙ୍କୁ ସ୍ମାରକୀ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥୁଲା । ଏହି ପରିପ୍ରେକ୍ଷୀରେ ଜାବ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅବଦାନ ପାଇଁ ଡି. ମୁରଳୀ କ୍ରୀଷ୍ଣା ଙ୍କୁ ମଧ୍ଯ ସମ୍ବନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ର ସମସ୍ତ ୧୨ ଗୋଟି ବ୍ଲକ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.